Latest Odisha News

BREAKING NEWS

ଆସିଲା ରାଜ୍ୟ ସରକାରଙ୍କ ଗାଇଡଲାଇନ୍‌; ପୂଜାକୁ ଅନୁମତି ହେଲେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ମନା

ଭୁବନେଶ୍ୱର: ଆଗକୁ ପାର୍ବଣ ଋତୁ ଆସୁଥିବା ବେଳେ ଦୁର୍ଗାପୂଜା, ଲକ୍ଷ୍ମୀ ପୂଜା, କାଳୀ ପୂଜା ଆଦି ପାଳନ ପାଇଁ ଗୁରୁବାର ଦିନ ସରକାରଙ୍କ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି ।

ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବର ମାସରେ ପଡୁଥିବା ପର୍ବପର୍ବାଣୀ ପାଇଁ ଏହି ଗାଇଡଲାଇନ୍ ଜାରି କରାଯାଇଛି ।

ଉକ୍ତ ଗାଇଡ ଲାଇନ୍ ଅନୁଯାୟୀ, ବିନା ଭକ୍ତ ଓ ବିନା ଦର୍ଶନରେ ପୂଜା କରାଯିବ। ପୂଜାରେ ଗହଳି ହେବନି କିମ୍ବା ସାଧାରଣ ଲୋକ ଭାଗ ନେଇପାରିବେନି।

ଏହା ଛଡ଼ା ପୂଜା ପାଇଁ ସ୍ଥାନୀୟ ଜିଲ୍ଲାପାଳଙ୍କଠାରୁ ଅନୁମତି ନେବାକୁ ପଡ଼ିବ। ଏପରିକି ମଣ୍ଡପରେ ମୂର୍ତ୍ତିର ଉଚ୍ଚତା ୪ଫୁଟରୁ ଅଧିକ ହେବନି। ମଣ୍ଡପରେ ୭ ଜଣରୁ ଅଧିକ ଏକ ହୋଇପାରିବେନି ଅର୍ଥାତ୍ କର୍ତ୍ତା ଓ ବ୍ରାହ୍ମଣଙ୍କୁ ମିଶାଇ ମଣ୍ଡପରେ ମାତ୍ର ୭ଜଣ ରହିବେ।

ଭସାଣି ଉତ୍ସବ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ। କୃତ୍ରିମ ପୋଖରୀରେ ମୂର୍ତ୍ତିଗୁଡିକୁ ବିସର୍ଜନ କରାଯିବ।

ତେବେ କୋଭିଡ ଗାଇଡଲାଇନ ଉଲ୍ଲଂଘନ କରିବା ଦଣ୍ଡନୀୟ ଅପରାଧ ବୋଲି ଦର୍ଶାଯାଇଛି। ନିୟମ ଉଲ୍ଲଂଘନ କଲେ ବିପର‌୍ୟ୍ୟୟ ପରିଚାଳନା ଆଇନ ଏବଂ ଏପିଡେମିକ ଆକ୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave A Reply

Your email address will not be published.