Latest Odisha News

BREAKING NEWS

ହଷ୍ଟେଲରେ ବୋମା ତିଆରି ବେଳେ ବିସ୍ଫୋରଣ, ୨ଛାତ୍ର ଗୁରୁତର

ଲକ୍ଷ୍ନୌ: ହଷ୍ଟେଲ ରୁମରେ ବୋମା ତିଆରି ବେଳେ ବିସ୍ଫୋରଣ ଘଟି ୨ ଛାତ୍ର ଗୁରୁତର। ଉତ୍ତରପ୍ରଦେଶର ଆହ୍ଲାବାଦ ବିଶ୍ବବିଦ୍ୟାଳୟରେ ଘଟିଛି ଏଭଳି ଅଭାବନୀୟ ଘଟଣା। ବୋମା ତିଆରି ବେଳେ ହଷ୍ଟେଲ୍ ରୁମରେ ଅଚାନକ ବିସ୍ଫୋରଣ ହୋଇଥିଲା । ଜଣେ ଛାତ୍ରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ଜଣେ ଛାତ୍ର ଫେରାର୍ ହୋଇଯାଇଥିବା ଜଣାପଡିଛି ।

ସୂଚନା ଅନୁସାରେ, ଆହ୍ଲାବାଦ ବିଶ୍ବବିଦ୍ୟାଳୟ ହଷ୍ଟେଲର ୬୮ ନମ୍ବର ରୁମରେ ଥିଲେ ଦୁଇ ଛାତ୍ର ପ୍ରଭାତ ଯାଦବ ଓ ପ୍ରତ୍ୟୁଷ । ହଠାତ୍ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା । ଶବ୍ଦ ଶୁଣି ଅନ୍ୟ ଛାତ୍ରମାନେ ରୁମ୍ ଆସି ଦେଖିବା ବେଳକୁ ପ୍ରଭାତ ତଳେ ପଡି ଚିତ୍କାର କରୁଥିଲେ। ତାଙ୍କ ହାତରେ ଗଭୀର ଆଘାତ ଲାଗିଥିଲା । ତାଙ୍କ ଛାତି ଏବଂ ପେଟରେ ମଧ୍ୟ ଗଭୀର ଆଘାତ ଲାଗିଥିଲା । ପ୍ରତ୍ୟୁଷ ସାମାନ୍ୟ ଆହତ ହୋଇଥିଲେ। ହଷ୍ଟେଲର ଅନ୍ୟ ଛାତ୍ରମାନେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ପ୍ରଭାତଙ୍କର ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ରାଣୀ ନେହେରୁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ସେପଟେ ପ୍ରତ୍ୟୁଷ ଫେରାର୍ ହୋଇ ଯାଇଥିବା ଜଣାପଡିଛି ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା । ହଷ୍ଟେଲ ରୁମ ଯାଞ୍ଚ ବେଳେ ସେମାନେ ବୋମା ପ୍ରସ୍ତୁତ କରୁଥିବା ଜଣାପଡ଼ିଛି । ବୋମା ଭିଡିବା ସମୟରେ ଅଚାନକ ବିସ୍ଫୋରଣ ହୋଇଥିଲା। ଏନେଇ ପୋଲିସ ସମ୍ପୃକ୍ତ ଦୁଇ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ କରିଛି। ଉଭୟ ସ୍ନାତକୋତ୍ତର ବିଭାଗର ଛାତ୍ର।

 

Leave A Reply

Your email address will not be published.