ଭୁବନେଶ୍ବର: ଜୁନ ୧୨ରେ ସରକାରଙ୍କ ୨ ବର୍ଷ ପୂର୍ତ୍ତି ହେବ। ସଂକଳ୍ପ ପତ୍ରରେ ଯେଉଁ କଥା କହିଥିଲେ ସରକାର, ସେଥିରୁ ୮୦ ପ୍ରତିଶତ କାମ ସରିଛି। ବାକି ଥିବା କାମ ୨ ବର୍ଷ ପୂର୍ତ୍ତି ପୂର୍ବରୁ ଶେଷ ହେବ। ସରକାରଙ୍କ ୨ ବର୍ଷ ପୂର୍ତ୍ତି ହେବା ପୂର୍ବରୁ ବାକି ସମସ୍ତ ନିଯୁକ୍ତି ଶେଷ ହେବ। ରାଜ୍ୟରେ ଖୁବ୍ ଶୀଘ୍ର ନିଗମ ବୋର୍ଡ ନିଯୁକ୍ତି ହେବ। ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।
ସେ କହିଛନ୍ତି, ରାଜ୍ୟର ୨୯ ଜିଲ୍ଲାରେ ଓକିଲ ନିଯୁକ୍ତି ସରିଛି, ଖୋର୍ଦ୍ଧାରେ ବାକି ଅଛି। ଖୁବଶୀଘ୍ର ଖୋର୍ଦ୍ଧା ଜିଲ୍ଲାରେ ଓକିଲ ନିଯୁକ୍ତି ହୋଇଯିବ। ସେହିପରି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପ୍ରସଙ୍ଗରେ ମନମୋହନ କହିଛନ୍ତି ଯେ, କେନ୍ଦ୍ରୀୟ ନେତାଙ୍କ ସହ ବୈଠକ ପରେ ସମ୍ପ୍ରସାରଣ ହେବ। ଯେତେବେଳେ ଲାଗିବ ସମ୍ପ୍ରସାରଣ ହେବା ଦରକାର, ସେତେବେଳେ ହେବ।
ଆସାମ ଓ ପଶ୍ଚିମବଙ୍ଗ ନିର୍ବାଚନ ପ୍ରସଙ୍ଗରେ ମନମୋହନ କହିଛନ୍ତି ଯେ, ଆସାମ ଏବଂ ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଓଡ଼ିଶାକୁ ୩୬ଟି ବିଧାନସଭା ଦାୟିତ୍ୱ ଦିୟାଯାଇଥିଲା। ବେଙ୍ଗଲକୁ ଲାଗିଥିବା ଜିଲ୍ଲାମାନଙ୍କୁ ଆମର ଅଧିକା କାର୍ଯ୍ୟକର୍ତ୍ତା ଯାଇଥିଲେ। ପ୍ରତି ବିଧାନସଭା ପାଇଁ ଜଣେ କି ଦୁଇ ଜଣ କାର୍ଯ୍ୟକର୍ତ୍ତା ଯାଇଥିଲେ। ବେଙ୍ଗଲ ନିର୍ବାଚନ ବର୍ତ୍ତମାନ ସାଧାରଣ ଲୋକଙ୍କ ନିର୍ବାଚନ ହୋଇଯାଇଛି। ଆସାମକୁ ଦୁଇଟି ଫେଜରେ ୧୪ ଜଣ ଏବଂ ବେଙ୍ଗଲକୁ ମଧ୍ୟ ଦୁଇଟି ଫେଜରେ ଅଧିକ ସଂଖ୍ୟକ କାର୍ଯ୍ୟକର୍ତ୍ତା ଯାଇଥିଲେ।
Comments are closed.