Latest Odisha News

BREAKING NEWS

ଛତିଶଗଡ ସୁକମାରେ ଏନକାଉଣ୍ଟର, ଜଣେ ମାଓବାଦୀ ନିହତ

ସୁକମା: ଛତିଶଗଡ଼ ପୁଲିସକୁ ମିଳିଛି ପୁଣି ସଫଳତା । ପୋଲିସର ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ । ଆଜି ସକାଳୁ ଟୋଲନାଇ ଏବଂ ଟେଟରାଇ ମଧ୍ୟରେ ଥିବା ଏକ ଜଙ୍ଗଲ ପାହାଡ ଉପରେ ଏହି ଏନକାଉଣ୍ଟର ହୋଇଥିଲା ।

ସୁକମା ଏସପି କିରଣ ଚୌହାନଙ୍କ ସୂଚନା ଅନୁଯାୟୀ, ଗୁଇନ୍ଦା ସୂତ୍ରରୁ ଖବର ପାଇ ଜିଲ୍ଲା ପୋଲିସ ଓ ଡିଆରଜି ଯବାନ ଟେଟରାଇ ଓ ଟୋଲନାଇ ଜଙ୍ଗଳରେ ଚଢ଼ାଉ କରିଥିଲେ । ଏହାପରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଯେଉଁଥିରେ ଜଣେ ମାଓବାଦୀର ନିହତ ହୋଇଥିଲା ।

ଏହି ଏନକାଉଣ୍ଟରରେ ଅନ୍ୟ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇଥିବାବେଳେ, ଉକ୍ତ ଅଞ୍ଚଳରେ ବର୍ତ୍ତମାନ ସର୍ଚ୍ଚ ଅପରେସନ ଜାରି ରହିଛି ।

 

Leave A Reply

Your email address will not be published.