Latest Odisha News

BREAKING NEWS

ପୋଲିସ-ମାଓବାଦୀ ଗୁଳି ବିନିମୟ, ଜଣେ ହାର୍ଡକୋର୍ ନକ୍ସଲ ନିହତ

ମାଲକାନଗିରି: ଛତିଶଗଡ଼ ସୁକୁମା ଜିଲ୍ଲାରେ ଏନକାଉଣ୍ଟର । ପୋଲିସ-ମାଓବାଦୀ ମୁହାଁମୁହିଁ । ପୋଲିସ ଗୁଳିରେ ଜଣେ ନକ୍ସଲ ନିହତ ହୋଇଛି । ସୁକୁମା ଜିଲ୍ଲା ଚିନ୍ତଲନାର ଥାନା ଅନ୍ତର୍ଗତ ତିମାପୁରମ ଅଞ୍ଚଳରେ ମାଓ କ୍ୟାମ୍ପ ଚାଲିଥିବା ନେଇ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ଡିଆରଜି ବାହିନୀ ଓ କୋବ୍ରା ଯବାନଙ୍କ ପକ୍ଷରୁ ମିଳିତ କମ୍ବିଂ କରାଯାଇଥିଲା ।

ଯବାନଙ୍କୁ ଦେଖି ମାଓବାଦୀମାନେ ପ୍ରଥନେ ଗୁଳି ଚଳାଇଥିଲେ । ଯାହାର ପାଲଟା ଜବାବ ଦେଇଥିଲେ ସୁରକ୍ଷାବାହିନୀ । ପ୍ରାୟ ଏକ ଘଣ୍ଟା ଧରି ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଜଣେ ହାର୍ଡକୋର ମାଓବାଦୀ ନିହତ ହୋଇଛି । ଘଟଣାସ୍ଥଳରୁ ବନ୍ଧୁକ ସହ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ବର୍ତ୍ତମାନ ସୁଦ୍ଧା ସର୍ଚ୍ଚ ଅପରେସନ ଜାରି ରହିଛି ।

Comments are closed, but trackbacks and pingbacks are open.