Latest Odisha News

BREAKING NEWS

ଛତିଶଗଡ ସୁକୁମାରେ ପୁଣି ମାଓ ହିଂସା, ଜଣେ ଶ୍ରମିକଙ୍କୁ ତୀର ମାରି ହତ୍ୟା, ପୋଡିଦେଲେ ଦୁଇଟି ଗାଡ଼ି 

ସୁକୁମା: ଛତିଶଗଡ ସୁକୁମା ଜିଲ୍ଲାରେ ପୁଣି ମାଓ ହିଂସା । ଠିକା କମ୍ପାନୀର ଦୁଇଟି ଗାଡିକୁ ନିଆଁ ଲଗାଇ ପୋଡିବା ସହ ରାସ୍ତା କାମରେ ନିୟୋଜିତ ହୋଇଥିବା ଜଣେ ଶ୍ରମିକଙ୍କୁ ତୀର ମାରି ହତ୍ୟା କରିଛନ୍ତି ମାଓବାଦୀ । ଉନ୍ନୟନମୂଳକ କାମକୁ ବିରୋଧ କରି ମାଓବାଦୀ ହିଂସାକାଣ୍ଡ ଘଟାଇଛନ୍ତି ।

ସୂଚନା ମୁତାବକ ସୁକୁମା ଜିଲ୍ଲା ଚିନ୍ତାରନାର ଅଞ୍ଚଳରେ ରାସ୍ତା କାମରେ ନିୟୋଜିତ ଥିବା ଏକ ଠିକା କମ୍ପାନିର ଗୋଟିଏ ଟ୍ରାକ୍ଟର ଓ ଗୋଟିଏ ଟ୍ରକକୁ ନିଆଁ ଲଗେଇ ଦେଇଛନ୍ତି ମାଓବାଦୀ । ଏହାସହ ସେଠାରେ ଉପସ୍ଥିତ ଥିବା ଶ୍ରମିକଙ୍କ ମଧ୍ୟରୁ ଜଣଙ୍କୁ ହତ୍ୟା କରିବା ସହ ଅନ୍ୟ ଦୁଇ ଜଣ ଶ୍ରମିକଙ୍କୁ ନିଜ ସାଥିରେ ନେଇ ଯାଇଥିବା ଜଣାପଡ଼ିଛି । ଘଟଣାସ୍ଥଳକୁ ଡିଆରଜି ବାହିନୀ ପଠା ଯାଇଥିବା ସୁକୁମା ଏସପି କେ.ଏଲ ଧ୍ରୁବ ସୁଚନା ଦେଇଛନ୍ତି ।

Leave A Reply

Your email address will not be published.