Latest Odisha News

ଟ୍ବିନ୍ ସିଟିରେ ପୁଣି ଚାଲିବ ପିଙ୍କ୍ ଅଟୋ

ଭୁବନେଶ୍ବର : ଟ୍ବିନ୍ ସିଟିରେ ପୁଣି ଥରେ ଚାଲିବ ପିଙ୍କ ଅଟୋ । ମହିଳାଙ୍କ ସୁରକ୍ଷିତ ଯାତ୍ରାକୁ ନଜରରେ ରଖି ପୁଣି ଥରେ ଚାଲିକ ପିଙ୍କ୍ ଅଟୋ । ଏହି ପିଙ୍କ୍‌ ଅଟୋ ସେବାକୁ ପୁଣିଥରେ ଆରମ୍ଭ କରିବା ଲାଗି ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଲେ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ । ଏଥିସହ ଏହି ସେବାକୁ ତ୍ବରାନ୍ବିତ କରିବା ପାଇଁ ପୋଲିସ କମିଶନରଙ୍କୁ ମଧ୍ୟ ଚିଠି ଲେଖାଯାଇଛି ।

କଟକ ଓ ଭୁବନେଶ୍ବରରେ ମହିଳାଙ୍କ ସୁରକ୍ଷିତ ଯାତ୍ରାକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଥିଲା ପିଙ୍କ୍ ଅଟୋ ସେବା । ତେବେ ୩୦୦ ଅଟୋ ଚାଳକଙ୍କୁ ଏହି ସେବାରେ କରାଯିବ । ପ୍ରତ୍ୟେକ ଅଟୋ ଆସୋସିଏସନରୁ ୨ ଜଣ ଡ୍ରାଇଭର ଏହି ପିଙ୍କ୍ ଅଟୋ ସେବାରେ ସାମିଲ ହେବେ । ତେଣୁ ଏହି ସେବା କିପରି ଶୀଘ୍ର ପୁନର୍ବାର ଆରମ୍ଭ ହୋଇପାରିବ, ସେନେଇ ଗୁରୁତ୍ବ ଦେବାକୁ କୁହାଯାଇଛି ।

Leave A Reply

Your email address will not be published.