Latest Odisha News

BREAKING NEWS

ପୁରୀ ଅନ୍ନପୂର୍ଣ୍ଣା ଥିଏଟରରେ ମନ ମୋହିଲା ମାହାରୀ ନୃତ୍ୟ

ପୁରୀ : ମାହାରୀ ନୃତ୍ୟ ତାଳେ ତାଳେ ଝୁମିଲେ ଦର୍ଶକ । ପୁରୀର ଐତିହାସିକ ଅନ୍ନପୂର୍ଣ୍ଣା ଥିଏଟରରେ ମନ ମୋହିଲା ଓଡ଼ିଶାର ପାରମ୍ପରିକ ନୃତ୍ୟ ଓ ସଙ୍ଗୀତ । ସୁହାଗ ନଳିନୀ ଦାସ ମାହାରୀ ନୃତ୍ୟ ପରିବେଷଣ କରିଥିଲେ । ସେହିପରି ଓଡିଶୀ, ଛାନ୍ଦ, ଚମ୍ପୁ ପରିବେଷଣ କଲେ ନୃତ୍ୟଶିଳ୍ପୀ । ଶାଶ୍ୱତ ଯୋଶୀ ଓ ଭୀମସେନ ଯୋଶୀଙ୍କ ନୃତ୍ୟ ଦର୍ଶକଙ୍କୁ ଆକର୍ଷିତ କରିଥିଲା ।

ଦେବ ଦୀପାବଳୀ ଅବସରରେ ହଜିଯାଇଥିବା ମାହାରୀ କଳାକୁ ମନେ ପକାଇ ଦେବ ଦୀପାବଳୀ ନୃତ୍ୟୋତ୍ସବ ପୁରୀ ଅନ୍ନପୂର୍ଣା ଥିଏଟରରେ  ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ଲାସ୍ୟକଳା ଏବଂ ପୁରୀର ଶ୍ରୀଜଗନ୍ନାଥ ଐତିହ୍ୟ ଓ ସାଂସ୍କୃତିକ ପରିଷଦ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜିତ କରାଯାଇଥିଲା । ଜିଲ୍ଲା ପ୍ରଶାସନ ଓ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଏଥିରେ ସହଯୋଗ କରିଥିଲେ।

Leave A Reply

Your email address will not be published.