Latest Odisha News

ନ୍ୟୁଜିଲାଣ୍ଡକୁ ୩୦୭ ରନ୍ ଟାର୍ଗେଟ୍

ଅକଲାଣ୍ଡ: ଅକଲାଣ୍ଡରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଛି ଏକଦିବସୀୟ କ୍ରିକେଟ୍ ମ୍ୟାଚ୍ । ଟସ୍ ଜିତି ଫିଲ୍ଡି ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ନ୍ୟୁଜିଲାଣ୍ଡକୁ ୩୦୭ ରନ୍ ଟାର୍ଗେଟ୍ ଦେଇଛି ଭାରତ । ୭ ଓ୍ୱିକେଟ୍ ବିନିମୟରେ ନିର୍ଦ୍ଧାରିତ ଓଭରରେ ଭାରତ ୩୦୬ ରନ୍ କରିପାରିଛି । ଫିନ୍ ଆଲେନ ଓ ଦେବନ୍ କନଓ୍ୱେ ଓପନର୍ ଭାବେ ପଡ଼ିଆକୁ ଓହ୍ଲାଇଥିଲେ । ପ୍ରଥମ ଓଭରରେ ଡିବାଟାଣ୍ଟ ଅର୍ସଦୀପ ସିଂ ବୋଲିଂ କରିଥିଲେ ।

ଶ୍ରେୟସ୍ ଆୟର ସର୍ବାଧିକ ୮୦ ରନ୍ ଓ ଓ୍ୱାଶିଂଟନ୍ ସୁନ୍ଦର ଅନବିଟେନ୍ ୩୬ ରନ୍ କରି ଏକ ବିଶାଳ ସ୍କୋର ହାସଲ କରିଛନ୍ତି । ଶିଖର ଧଓ୍ୱନ ଓ ସୁବମନ୍ ଗିଲ୍ ଙ୍କ ଯୋଡି ଦଳକୁ ଶତକରୁ ଅଧିକ ରନ୍ ଦେବାରେ ସକ୍ଷମ ହୋଇଛି । ଗିଲ୍ ଅତିକମ୍ ସମୟ ଭିତରେ ଅର୍ଦ୍ଧଶତକ ଓ ଧଓ୍ୱନ ୭୨ ରନ୍ ହାସଲ କରିପାରିଥିଲେ ।

ରିଷଭ ପନ୍ଥ ଓ ସୂର୍ଯ୍ୟକୁମାର ଯାଦବଙ୍କ ଯୋଡ଼ି ସେତେ ସଫଳ ହୋଇପାରିନଥିଲେ ବି ପରେ ସଞ୍ଜୁ ସାମସନ୍ ଙ୍କ ସ୍କୋର ବି ରନ୍ ସଂଗ୍ରହରେ ସହାୟକ ହୋଇପାରିଛି । ଶିଖର ଧଓ୍ୱନ ସର୍ବାଧିକ ୧୩ଟି ଚୌକା ଓ ଶ୍ରେୟସ୍ ଆୟର ସର୍ବାଧିକ ୪ଟି ଛକା ମାରିବାରେ ସକ୍ଷମ ହୋଇଛନ୍ତି ।

Leave A Reply

Your email address will not be published.