Latest Odisha News

BREAKING NEWS

ବେଦାନ୍ତର ‘ବେଦାନ୍ତ ବିଦ୍ୟାର୍ଥୀ ବିକାଶ ଯୋଜନା’ ଦ୍ୱାରା କୃତୀ ମ୍ୟାଟ୍ରିକ ପରିକ୍ଷାର୍ଥୀ ସମ୍ବର୍ଦ୍ଧିତ

ଭୁବନେଶ୍ୱର : ଝାରସୁଗୁଡ଼ା ସ୍ଥିତ ପ୍ରାକୃତିକ ଉତ୍ସ କମ୍ପାନୀ ବେଦାନ୍ତ ଲିମିଟେଡ଼ ମ୍ୟାଟ୍ରିିକ ପରୀକ୍ଷାରେ ସଫଳତା ଅର୍ଜନ କରିଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ କମ୍ପାନୀର ସିଏସଆର୍ ‘ବେଦାନ୍ତ ବିଦ୍ୟାର୍ଥୀ ବିକାଶ ଯୋଜନା’ ଅନୁଯାୟୀ ସମ୍ବର୍ଦ୍ଧିତ କରିଛି ।

ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଅନୁଷ୍ଠିତ ହୋଇଥିବା ୨୦୧୮ ମସିହା ବାର୍ଷିକ ମ୍ୟାଟ୍ରିକ ପରୀକ୍ଷାରେ ଯେଉଁ ଛାତ୍ରଛାତ୍ରୀମାନେ ୯୮ % ରୁ ଅଧିକ ମାର୍କ ରଖିଛନ୍ତି ସେହି କୃତୀ ପରୀକ୍ଷାର୍ଥୀ ମାନଙ୍କୁ ସମ୍ବର୍ଦ୍ଧିତ କରିଛି ବେଦାନ୍ତ ଲିଃ । ଏବର୍ଷ ପରୀକ୍ଷା ଦେଇଥିବା ୧୧୪ ଜଣଙ୍କ ମଧ୍ୟରୁ ୧୧୨ ଜଣ ପାସ କରିଥିଲେ, ଏବଂ ୪୪ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ପାସ କରିଥିଲେ ।

ବେଦାନ୍ତର ଏହି ‘ବେଦାନ୍ତ ବିଦ୍ୟାର୍ଥୀ ବିକାଶ ଯୋଜନା’ ଝାରସୁଗୁଡ଼ାର ୨୩ଟି ଗ୍ରାମରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ପାଠପଢାରେ ପ୍ରେରଣା ଦେବା ସହିତ ଉତ୍ସାହିତ କରୁଛି । ‘ଏଜେକେଏ’ ନାମକ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନର ମିଳିତ ସହଯୋଗରେ ବେଦାନ୍ତ ୨୦୦୯ ମସିହାରୁ ଏହି ‘ବେଦାନ୍ତ ବିଦ୍ୟାର୍ଥୀ ବିକାଶ ଯୋଜନା’ ଝାରସୁଗୁଡ଼ାରେ ଆରମ୍ଭ କରିଛି । ଝାରସୁଗୁଡ଼ା ଶ୍ରୀପୁରା ଗ୍ରାମର ଚିନ୍ମୟୀ ପାଣିଗ୍ରାହୀ ୮୪ %, ବୃନ୍ଦାମାଲ ଗ୍ରାମର ଛାତ୍ର ହେମାନନ୍ଦ ରୋହିଦାସ ୮୨% ଏବଂ ପରମାନପୁରର ମୋନାଲିସା ପ୍ରଧାନ ୭୭% ରଖି ଏଥର ମ୍ୟାଟ୍ରିକ ପାସ କରିଥିବାରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

ଏହି ଅବସରରେ କମ୍ୟୁନିଟି ଲିଡ଼ର ଦିଗଧନ ପ୍ରଧାନ କହିଛନ୍ତି, ବିଦ୍ୟାର୍ଥିମାନଙ୍କର କ୍ୟାରିୟର୍ ସ୍ୱପ୍ନ ସାକାର ହେବାରେ ପିତାମାତାଙ୍କ ଅବଦାନର ଗୁରୁତ୍ୱ ନିଶ୍ଚିତ ରୂପେ ରହିଛି ।

ଏକ ପ୍ରାକୃତିକ ଉତ୍ସ କମ୍ପାନୀ ଭାବେ ବେଦାନ୍ତ ବେଶ୍ ପରିଚିତ । ଏହି କମ୍ପାନୀ ବିଭିନ୍ନ ପ୍ରାକୃତିକ ଉତ୍ସ ତୈଳ, ଗ୍ୟାସ, ଜିଙ୍କ୍ , ଲିଡ଼, ସିିଲଭର, କପର, ଆଇରନ ଓର୍, ଆଲୁମିନିୟମ ଏବଂ ବାଣିଜ୍ୟିକ ଶକ୍ତି ସହିତ ଜଡ଼ିତ ରହିଛି କମ୍ପାନୀର ବାଣିଜ୍ୟ କାରବାର । କମ୍ପାନୀ ସଫଳତାର ସହିତ ବିଭିନ୍ନ ଦେଶକୁ ଅତିକ୍ରମ କରିପାରିଛି, ସେହି ଦେଶ ଗୁଡ଼ିକ ହେଲା – ଭାରତ, ଦକ୍ଷିଣ ଆଫ୍ରିକା, ନାମିବିଆ, ଅଷ୍ଟ୍ରେଲିଆ, ଆୟାର୍ଲ୍ୟାଣ୍ଡ, ଲିବେରିଆ ଏବଂ ଶ୍ରୀଲଙ୍କା ।

Leave A Reply

Your email address will not be published.