Latest Odisha News

BREAKING NEWS

ବିଶ୍ୱକପ ଫୁଟବଲ: ଆଜି ସମସ୍ତଙ୍କ ନଜର ଚର୍ଚ୍ଚିତ ଖେଳାଳି ‘ମହମ୍ମଦ ସାଲ୍ଲା’ଙ୍କ ଉପରେ !

ମସ୍କୋ : ବିଶ୍ୱ ଫୁଟବଲ ଜଗତରେ ଇଜିପ୍ଟର ଫୁଟବଲର୍ ମହମ୍ମଦ ସାଲ୍ଲା ଏବେ ବେଶ୍ ଚର୍ଚ୍ଚିତ । ଷ୍ଟ୍ରାଇକର୍ ମହମ୍ମଦ ସାଲ୍ଲାଙ୍କ ପାଇଁ ଇଜିପ୍ଟ ବିଶ୍ୱକପ ଯୋଗ୍ୟତା ହାସଲ କରିପାରିଛି କହିଲେ ଚଳେ । ତେବେ ଆଜି ବିଶ୍ୱକପର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଇଜିପ୍ଟ ଭେଟୁଛି ଶକ୍ତିଶାଳୀ ଉରୁଗୁଏ ଦଳକୁ ।

ତେବେ ଆଜି ସମସ୍ତଙ୍କ ନଜର୍ ଇଜିପ୍ଟର ମହମ୍ମଦ ସାଲ୍ଲାଙ୍କ ଉପରେ ରହିବ । ଶକ୍ତିଶାଳୀ ଉରୁଗୁଏ ଦଳରେ ବିଶ୍ୱର ଶ୍ରେଷ୍ଠ ଷ୍ଟାଇକର୍ ଭାବେ ପରିଚିତ ଲୁଇ ସ୍ୱାରେଜ୍ ଖେଳୁଛନ୍ତି । ବିଶ୍ୱଚାମ୍ପିୟନ ଉରୁଗୁଏ ଦଳ ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ମହମ୍ମଦ ସାଲ୍ଲାଙ୍କୁ ଗୋଲ ଦେବାରେ କିପରି ରୋକିବ ସେ ନେଇ ଉରୁଗୁଏ କୋଚ୍ ଓସ୍କାର ତାବାରେଜ୍ ବେଶ୍ ଚିନ୍ତିତ । ଉରୁଗୁଏର ଅଧିନାୟକ ଡ଼ିଏଗୋ ଗଡ଼ିନ ମହାନ ଖେଳାଳି ଖାସ୍ କରି ସାଲ୍ଲାଙ୍କ ଉପରେ କଡ଼ା ନଜର ରଖି ନୂଆ ରଣନୀତି ପ୍ରସ୍ତୁତ କରିଛନ୍ତି ।

ଆଜି ଗ୍ରୁପ ଏ’ର ଏହି ମ୍ୟାଚ୍ ଟି ବେଶ୍ ଗୁରୁତ୍ୱପୂର୍ଣ୍ଣ ଅଟେ, କାରଣ ଏହି ଗ୍ରୁପରେ ଋଷିଆ ଓ ସାଉଦିଆରବ ରହିଥିଲେ ମଧ୍ୟ ଉରୁଗୁଏ ଓ ଇଜିପ୍ଟ ବେଶ୍ ଶକ୍ତିଶାଳୀ । ତେଣୁ ଆଜିର ବିଜେତା ହିଁ ପ୍ରି-କ୍ୱାଟର୍ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବା ଅନୁମାନ କରାଯାଉଛି । ବିଶ୍ୱର ସମସ୍ତ ଫୁଟବଲପ୍ରେମୀ ମହମ୍ମଦ ସାଲ୍ଲାଙ୍କ ଖେଳ ଦେଖିବାକୁ ଉତ୍ସୁକତାର ସହିତ ଅପେକ୍ଷା କରିଛନ୍ତି । ଇଂଲିଶ ପ୍ରିମିୟର୍ ଲିଗରେ ଗୋଲ୍ ବର୍ଷା କରି ସାରା ବିଶ୍ୱରେ ଚର୍ଚ୍ଚିତ ହୋଇପଡ଼ିଥିବା ସାଲ୍ଲାଙ୍କ ଉପରେ ଇଜିଷ୍ଟ ଦଳ ସମ୍ପୂର୍ଣ୍ଣ ରୂପେ ନିର୍ଭର କରୁଛି ।

ତେଣୁ ଆଜି ସନ୍ଧ୍ୟା ୫:୩୦ରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚରେ ଉରୁଗୁଏ ପକ୍ଷରୁ ଖେଳୁଥିôବା ବିଶ୍ୱର ଶ୍ରେଷ୍ଠ ଷ୍ଟ୍ରାଇକର୍ ଦ୍ୱୟ ଏଡ଼ିସନ କାଭାନି ଏବଂ ଲୁଇ ସ୍ୱାରେଜ୍ ସାଲ୍ଲାଙ୍କୁ କିପରି ପ୍ରତିରୋଧ କରୁଛନ୍ତି ତାହା ପଡ଼ିଆରେ ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.