Latest Odisha News

BREAKING NEWS

ଶିମିଳିପାଳ ଅଭୟାରଣ୍ୟରୁ ୮ଟି ଦେଶୀ ବନ୍ଧୁକ ସହ ଗୋଟିଏ ପିସ୍ତଲ୍ ଜବତ

ବାରିପଦା: ଅସୁରକ୍ଷିତ ଶିମିଳିପାଳ ? ଅଭୟାରଣ୍ୟକୁ କୁଆଡ଼ୁ ଆସୁଛି ବନ୍ଧୁକ ? ବିଗତ ୬ ମାସରେ ଶମିଳିପାଳରୁ ୩୨ଟି ବନ୍ଧୁକ ଜବତ ହେଲାଣି । ପୂର୍ବରୁ ୨୩ଟି ବନ୍ଧୁକ ଜବତ ହୋଇଥିବା ବେଳେ ଜୁଲାଇ ୨୮ରେ ପୋଲିସ ଆଉ ୯ଟି ବନ୍ଧୁକ ଜବତ କରିଛି ।

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଶୁକ୍ରବାର ମୟୂରଭଞ୍ଜ ଖୁଣ୍ଟା ପୋଲିସ ଟୁଙ୍କି, ରଙ୍ଗାମାଟିଆ, କୁସୁମଘାଟି, ଡେଙ୍ଗାମ ଆଦି ଅଞ୍ଚଳର ଜଙ୍ଗଲରେ ଚଢ଼ାଉ କରିଥିଲା । ଜଙ୍ଗଲରେ ଲୁଚାଇ ରଖା ଯାଇଥିବା ୮ଟି ଦେଶୀ ବନ୍ଧୁକ ଓ ଗୋଟିଏ ପିସ୍ତଲ ଜବତ କରିଛି ପୋଲିସ ।

ଶିମିଳିପାଳ ଅଭୟାରଣ୍ୟକୁ ବନ୍ଧୁକ ଓ ଶିକାରୀ ମୁକ୍ତ କରିବା ଲାଗି ପୋଲିସ ଅଭିଯାନ ଆରମ୍ଭ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୩୨ଟି ବନ୍ଧୁକ ଜବତ କରାଯାଇଥିବା ବେଳେ ଆଗକୁ ଅଭିଯାନକୁ ଜୋରଦାର କରାଯିବ ବୋଲି କହିଛନ୍ତି ମୟୂରଭଞ୍ଜ ଏସପି ବାଟୁଲା ଗଙ୍ଗାଧର ।

Leave A Reply

Your email address will not be published.