Latest Odisha News

BREAKING NEWS

ଥାଲାପତି ବିଜୟଙ୍କ ସହ ରାହୁଲ ଗାନ୍ଧୀ ସେୟାର କରିଥିବା ଇନଷ୍ଟା ରିଲକୁ ବ୍ଲକ କଲା ମେଟା, କଂଗ୍ରେସ କଲା ଏହି ଦାବି…

ନୂଆଦିଲ୍ଲୀ: ବିଜୟ ଥାଲାପଥୀଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ତାମିଲନାଡୁ ଆସିଥିବା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସହ ଷ୍ଟେଜରେ ଏକ ରିଲ୍ ତିଆରି କରିଥିଲେ ଟିଭିକେ ମୁଖ୍ୟ । କଂଗ୍ରେସ ଦଳ ଦାବି କରିଛି ଯେ ଆଇବି ମନ୍ତ୍ରଣାଳୟର ନିୟମାବଳୀ ଯୋଗୁଁ ଇନଷ୍ଟାଗ୍ରାମ ବିଜୟ ଏବଂ ରାହୁଲ ଗାନ୍ଧୀଙ୍କ ରିଲ୍ ଏବଂ ଫଟୋ ପୋଷ୍ଟକୁ ବ୍ଲକ କରିଛି ।

ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ସୂତ୍ରଗୁଡ଼ିକ ସ୍ପଷ୍ଟ କରିଛନ୍ତି ଯେ ସେମାନଙ୍କର ଏହି କାର୍ଯ୍ୟ ସହିତ କୌଣସି ସମ୍ପର୍କ ନାହିଁ ଏବଂ ଏହା ଘଟିଛି କାରଣ ସୋସିଆଲ ମିଡିଆ ପ୍ଲାଟଫର୍ମର ଆଭ୍ୟନ୍ତରୀଣ ବ୍ୟବସ୍ଥା ଭୁଲବଶତଃ ପୋଷ୍ଟକୁ ବ୍ଲକ କରିବା ପାଇଁ ଚିହ୍ନିତ କରିଥିଲା । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବରେ ବିଜୟଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ରାହୁଲ ଗାନ୍ଧୀ ରବିବାର ଚେନ୍ନାଇରେ ପହଞ୍ଚିଥିଲେ ଏବଂ ପରେ ସୋସିଆଲ ମିଡିଆରେ ଅଭିନେତା-ରାଜନେତାଙ୍କ ସହିତ ଅନେକ ଫଟୋ ସେୟାର କରିଥିଲେ ।

ପିଟିଆଇ ଅନୁଯାୟୀ, କଂଗ୍ରେସ ନେତା ଏବଂ ରାହୁଲ ଗାନ୍ଧୀଙ୍କ ସହଯୋଗୀ ଶ୍ରୀବତ୍ସ “ଏକ୍ସ” ରେ ଏକ ପୋଷ୍ଟରେ ଦାବି କରିଛନ୍ତି ଯେ, ଇନଷ୍ଟାଗ୍ରାମ “ଆଜିର ଶପଥ ଗ୍ରହଣ ଉତ୍ସବରେ ଗାନ୍ଧୀ ଏବଂ ଥଲାପତି ବିଜୟଙ୍କ ଫଟୋ ଥିବା ରିଲ୍ ଏବଂ ପୋଷ୍ଟକୁ ବ୍ଲକ କରିଛି।”

ଶ୍ରୀବତ୍ସ କହିଛନ୍ତି ଯେ, ଭାଇରାଲ୍ ରିଲ୍ ଗୋଟିଏ ଘଣ୍ଟାରୁ କମ୍ ସମୟ ମଧ୍ୟରେ ୧.୨ କୋଟି ଭ୍ୟୁ ପାଇଛି, ଯେତେବେଳେ ଭାଇରାଲ୍ ଫଟୋ ପୋଷ୍ଟ ୪.୬ କୋଟି ଲୋକଙ୍କ ପାଖରେ ପହଞ୍ଚିଛି । ସେ ଅଭିଯୋଗ କରିଛନ୍ତି, “ମେଟା ତାଙ୍କ ଆକାଉଣ୍ଟ କାହିଁକି ବ୍ଲକ କରିଛି ତାହା ସ୍ପଷ୍ଟ କରିନାହିଁ । ଏହି ତ୍ରୁଟି MeitY ନିୟମ ଯୋଗୁଁ ହୋଇଛି! ରାହୁଲ ଗାନ୍ଧୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକୁ ଦୀର୍ଘ ସମୟ ଧରି ନିୟନ୍ତ୍ରଣ କରାଯାଇଛି।”

‘ଏକ୍ସ’ ରେ ତାଙ୍କର ଲୋକପ୍ରିୟତା, YouTube ଭ୍ୟୁ ଏବଂ Instagram ଫଲୋଅର୍ସ ସବୁ ସୀମିତ ହୋଇଯାଇଛି । ଶ୍ରୀବତ୍ସ କହିଛନ୍ତି ଯେ ଏହା ଭାରତର ବିରୋଧୀ ନେତାଙ୍କ ସ୍ୱରକୁ ଦମନ କରୁଛି । ଏହି ଦାବିଗୁଡ଼ିକର ଜବାବରେ, MeitY ସୂତ୍ର କହିଛନ୍ତି ଯେ କିଛି ସୋସିଆଲ ମିଡିଆ ପ୍ଲାଟଫର୍ମ ମିଥ୍ୟା ଦାବି କରିଛନ୍ତି ଯେ ବିରୋଧୀ ନେତାଙ୍କ କିଛି ପୋଷ୍ଟ ମନ୍ତ୍ରଣାଳୟ ଦ୍ୱାରା ଅବରୋଧ କରାଯାଇଛି ।

ଏକ ମନ୍ତ୍ରଣାଳୟ ସୂତ୍ର କହିଛନ୍ତି, “ଏହା ସ୍ପଷ୍ଟ କରାଯାଇଛି ଯେ MeitY ର ଏହି କାର୍ଯ୍ୟ ସହିତ କୌଣସି ସମ୍ପର୍କ ନାହିଁ । ପ୍ଲାଟଫର୍ମର ଆଭ୍ୟନ୍ତରୀଣ ସିଷ୍ଟମ ଭୁଲବଶତଃ ପୋଷ୍ଟକୁ ବ୍ଲକ ପାଇଁ ଚିହ୍ନିତ କରିବା ଯୋଗୁଁ ଏହା ହୋଇଥିଲା, ଯାହାକୁ ବର୍ତ୍ତମାନ ପୁନଃ ଆକ୍ଟିଭ କରାଯାଇଛି।”

Comments are closed.