କରାଚୀ: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ମ୍ୟାଚ୍ କରାଚୀରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଛି। ୧୯୯୬ ପରେ ପ୍ରଥମ ଥର ପାଇଁ ପାକିସ୍ତାନ ଏକ ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଛି। ଏହା ସତ୍ତ୍ୱେ ସାରା ବିଶ୍ୱରେ ପାକିସ୍ତାନର ମଜାକ ଉଡୁଛି।
ଆଜି ଚାମ୍ପିୟନ୍ସ ଟ୍ରଫିର ଓପନିଂ ମ୍ୟାଚ କରାଚିର ନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଇଛି। ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ମ୍ୟାଚ ପାକିସ୍ତାନ ଖେଳୁଥିଲେ ବି ନିଜ ଦେଶର ଲୋକ ମ୍ୟାଚ୍ ଦେଖିବାକୁ ଆସିନଥିଲେ। ଗୋଟିଏ ପଟେ ମ୍ୟାଚ୍ ଚାଲିଥିବା ବେଳେ ଷ୍ଟାଡିୟମ ପୂରା ଖାଁ ଖାଁ ଲାଗୁଥିଲା।
ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ୍ ଆୟୋଜକ ଦେଶର ପ୍ରଥମ ମ୍ୟାଚରେ ଦର୍ଶକଙ୍କ ଅନୁପସ୍ଥିତିକୁ ନେଇ ପିସିବି ଉପରେ କଟାକ୍ଷ କରିଛନ୍ତି। ସେ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫି ଖେଳାଯାଉଥିବା ଦେଖି ବହୁତ ଖୁସି ଲାଗିଲା। ୧୯୯୬ ପରେ ଏହା ପ୍ରଥମ ବଡ଼ ଇଭେଣ୍ଟ। ତେବେ ସେମାନେ କ’ଣ ସ୍ଥାନୀୟ ଲୋକଙ୍କୁ ଏବିଷୟରେ କହିବାକୁ ଭୁଲିଗଲ୍.. ଭିଡ଼ କେଉଁଠି??
ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ, ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଏକ ଏୟାର ଶୋ ଆୟୋଜନ କରିଥିଲା। ଏହି ସମୟରେ ହଠାତ୍ ପଡ଼ିଆ ଉପରେ ପାକିସ୍ତାନୀ ଯୁଦ୍ଧ ବିମାନକୁ ଦେଖିବା ପରେ ନ୍ୟୁଜିଲାଣ୍ଡ ଖେଳାଳିମାନେ ଚିତ୍କାର କରିଥିଲେ। ଏହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ଅପରପକ୍ଷରେ ସୁରକ୍ଷାକୁ ନଜରରେ ରଖି ପାକ୍ ଗସ୍ତ ପାଇଁ ଭାରତ ସରକାର ଟିମ୍ ଇଣ୍ଡିଆକୁ ଅନୁମତି ଦେଇନଥିଲେ। ଯାହା ଫଳରେ ହାଇବ୍ରିଡ୍ ମଡେଲ୍ ଆଧାରରେ ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା। ହାଇବ୍ରିଡ୍ ମଡେଲ୍ ଅନୁଯାୟୀ ଭାରତ ଏହାର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳିବ। ଅନ୍ୟ ଦଳଗୁଡ଼ିକ ସେମାନଙ୍କର ମ୍ୟାଚ୍ ପାକିସ୍ତାନରେ ଖେଳିବେ।
Comments are closed.