ନୂଆଦିଲ୍ଲୀ: ବିଶ୍ୱରେ ଅନେକ ସ୍ଥାନରେ ମଶାଙ୍କ ଉପଦ୍ରବ ଅସହ୍ୟ ହୋଇ ପଡୁଛି । ଏଥିପାଇଁ ସ୍ଥାନୀୟ ପ୍ରଶାସନଙ୍କ ପକ୍ଷରୁ ଏହାକୁ ଦମନ କରିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରାଯାଉଛି । ଫିଲିପାଇନ୍ସରେ ଏକ ନିଆରା ଢ଼ଙ୍ଗରେ ମଶା ଉପଦ୍ରବ ରୋକିବା ପାଇଁ ପଦକ୍ଷେପ ଆରମ୍ଭ ହୋଇଛି । ମଡୁଲୟୁଙ୍ଗ ସହରର ଏଡିଶନ ହିଲ୍ସ ଗ୍ରାମରେ ମଶାଙ୍କୁ ଜୀବିତ କିମ୍ବା ମୃତ ଅବସ୍ଥାରେ ଆଣିଲେ ସ୍ଥାନୀୟ ବାସିନ୍ଦାଙ୍କୁ ପୁରସ୍କାର ପ୍ରଦାନ କରାଯାଉଛି । ଏହି ଅଂଚଳରେ ମଶାଜନିତ ରୋଗର ସଂଖ୍ୟା ବଢ଼ିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ୨୦୨୫ରେ ଫିଲିପାଇନ୍ସରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଥଛି । ଏ ପର୍ଯ୍ୟନ୍ତ ୩୦ ହଜାରରୁ ଊର୍ଦ୍ଧ୍ୱ କେସ ସମ୍ମୁଖକୁ ଆସିଛି ।
ଗତବର୍ଷ ତୁଳନାରେ ଏହା ୪୦ ପ୍ରତିଶତ ବୃଦ୍ଧି ପାଇଛି । ଏବେ ସ୍ଥାନୀୟ ବାସିନ୍ଦା ସଫାସୁତରା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଲୋକଙ୍କୁ ସଚେତନ ମଧ୍ୟ କରାଉଛନ୍ତି । ଏହା ବ୍ୟତୀତ ପୁରସ୍କାର ଲୋଭ ଦେଖାଇ ମଶାଙ୍କ ସଂଖ୍ୟା ହ୍ରାସ ପାଇଁ ମଧ୍ୟ ଉଦ୍ୟମ କରାଯାଉଛି । ୫ଟି ଜୀବିତ କିମ୍ବା ମଶା ପାଇଁ ସରକାର ଦେଢ଼ଟଙ୍କା ପ୍ରଦାନ କରୁଛନ୍ତି । ସ୍ଥାନୀୟ ବାସିନ୍ଦା ଅର୍ଥ ଲୋଭରେ ମଶାଙ୍କୁ ମାରିବା ଅଭିଯାନ ଆରମ୍ଭ କରି ଦେଇଛନ୍ତି । ଏହି ଘଟଣା ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ।
Comments are closed.