Latest Odisha News

ନିଖୋଜର ୨୩ ଦିନ ପରେ ଯୁବକଙ୍କ ମୃତଦେହ ଉଦ୍ଧାର

ଭଦ୍ରକ: ନଦୀରୁ ଯୁବକଙ୍କ ମୃତ ଦେହ ଉଦ୍ଧାର । ନିଖୋଜର ୨୩ ଦିନ ପରେ ନଦୀରୁ ମିଳିଲା ଶବ । ଏହା ହତ୍ୟା ନା ଆତ୍ମହତ୍ୟା ତାହା ଅସ୍ପଷ୍ଟ । ହତ୍ୟା ଅଭିଯୋଗ ଆଣିଲେ ପରିବାର । ପୋଲିସର ତଦନ୍ତ ଜାରୀ । ମୃତ ଯୁବକ ହେଲେ ଭଦ୍ରକ ଥାନା ବାଉଦ ପୁର ଗ୍ରାମର ରାଜା ସିଂ ।

ସେ ଗତ ୨୩ ଦିନ ହେବ ନିଖୋଜ ଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କୁ ପାଇନଥିଲେ । ନୁଅ ହଜିବା ବାବଦରେ ବାପା ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଥିଲେ । ଆଜି ଅପରାହ୍ନରେ ସମ୍ପୃକ୍ତ ଯୁବକଙ୍କ ମୃତଦେହ ଗାଁ ପାଖ ସାଳନ୍ଦୀ ନଦୀରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲା ।

ରାଜାଙ୍କୁ କିଏ ହତ୍ୟା କରିଛି ନା ସିଏ ଆତ୍ମହତ୍ୟା କରିଛନ୍ତି ତାହାର ତଦନ୍ତ କରୁଛି ପୋଲିସ । ଭଦ୍ରକରୁ ଲାଲା ପ୍ରମୋଦ ରାୟଙ୍କ ରିପୋର୍ଟ ଓଡ଼ିଶା ସମ୍ବାଦ

Leave A Reply

Your email address will not be published.