Latest Odisha News

BREAKING NEWS

ଓଟିଟି ପ୍ଲାଟଫର୍ମରେ ରିଲିଜ ହେଲା ମିହିର ଦାସଙ୍କ ପ୍ରଥମ ଫିଲ୍ମ ‘ସ୍କୁଲ ମାଷ୍ଟର୍’

ଭୁବନେଶ୍ୱର: ଭେଟେରାନ ଓଡ଼ିଆ ଅଭିନେତା ସ୍ୱର୍ଗତଃ ମିହିର ଦାସଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ OTT ପ୍ଲାଟଫର୍ମ AAO NXT ତାଙ୍କର ଡ଼େବ୍ୟୁ ଫିଚର ଫିଲ୍ମ ‘ସ୍କୁଲ ମାଷ୍ଟର୍’ ମୁକ୍ତିଲାଭ କରିଛି । ୧୯୭୦ ଦଶକର ଚଳଚ୍ଚିତ୍ର ଏକ ମଧ୍ୟବିତ୍ତ ପରିବାରର ଅଭିଳାଷ, ସଂଘର୍ଷ ଓ ଉତଥାନକୁ ନେଇ ଚିତ୍ରଣ ହୋଇଛି । ଭେଟେରାନ ଅଭିନେତା ଗୋବିନ୍ଦ ତେଜଙ୍କ ଦ୍ୱାରା ପ୍ରବର୍ତ୍ତିତ ପରିବାରର ମୁଖ୍ୟଙ୍କ ଉପରେ ସମ୍ପୂର୍ଣ୍ଣ ପରିବାରର ବୋଝ । ଯିଏ ସ୍କୁଲ ପ୍ରଧାନ ଶିକ୍ଷକଙ୍କ ଭୂମିକାରେ ଅଭିନୟ କରନ୍ତି ।

ସ୍କୁଲ ଶିକ୍ଷକ ତାଙ୍କର ଦୁଇପୁଅଙ୍କ ଇଚ୍ଛା ପୂରଣ କରିବାରେ ଜୀବନର ମୂଲ୍ୟବୋଧକୁ ଗ୍ରହଣ କରିବାକୁ ଚେଷ୍ଟା କରନ୍ତି । ଏଥିପାଇଁ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡ଼ିଥାଏ । ଦୁଇପୁଅଙ୍କ ପାଠପଢ଼ା ପାଇଁ ତାଙ୍କୁ ଘର ବନ୍ଧକ ରଖିବାକୁ ମଧ୍ୟ ପଡ଼ିଥିଲା । ଉତ୍ତମ ମହାନ୍ତି ବଡ଼ପୁଅଙ୍କ ଭୂମିକାରେ ଅଭିନୟ କରୁଥିବାବେଳେ କବି ହେବାକୁ ଇଚ୍ଛା ରଖିଥାନ୍ତି । ମିହିର ଦାସ ହେଉଛନ୍ତି ସାନ ପୁଅ । ଯିଏ ଓଏଏସ୍ ଅଧିକାରୀ ହେବାକୁ ଚେଷ୍ଟା କରୁଥିଲେ । କାହାଣୀଟିର ମୋଡ଼ ସେତେବେଳେ ନିଏ, ଯେତେବେଳେ ପିତା ତାଙ୍କ ପୁଅମାନଙ୍କୁ ଘର ବନ୍ଧକ ଦେଇଥିବା ଋଣ ପରିଷୋଧ କରିବାକୁ ଟଙ୍କା ମାଗନ୍ତି । ହେଲେ ଉଭୟ ପୁଅ ଟଙ୍କା ଦେବାରେ ଅସମର୍ଥତା ପ୍ରକାଶ କରନ୍ତି । ଶେଷରେ ଉଭୟଙ୍କୁ ଘର ଛାଡ଼ିବାକୁ ହୁଏ ।

ତେଜ୍ ବଡ଼ ପୁଅ ସହିତ ତାଙ୍କ ପତ୍ନୀ ସୁଜାତା ଆନନ୍ଦ ମିହିରଙ୍କ ସହ ରୁହନ୍ତି । ହେଲେ ସେଠାରେ ବି ନିସ୍ତାର ନାହିଁ । ବୋହୂମାନଙ୍କ ଦ୍ୱାରା ନିର୍ଯାତିତ ହୁଅନ୍ତି । ଶେଷରେ ଦୁହେଁ ଗାଁକୁ ଫେରି ଯିବାକୁ ନିଷ୍ପତ୍ତି ନିଅନ୍ତି । ଗାଁକୁ ଫେରି ଦେଖିଲେ ତ ଘର ବିକ୍ରି ହୋଇଯାଇଥାଏ । ଘରକୁ କିଣିଥାନ୍ତି ତେଜଙ୍କ ପୂର୍ବତନ ଛାତ୍ର । ଛାତ୍ର ଭୂମିକାରେ ଅଭିନୟ କରିଛନ୍ତି ବିଜୟ ମହାନ୍ତି । ସ୍କୁଲ ଶିକ୍ଷକଙ୍କ ସ୍ଥିତି ବିଷୟରେ ସବୁ ଜାଣିବାକୁ ପାଇଲେ । ଆଉ ତାପରେ ସେ ଘରଟିକୁ ଫେରାଇଦେଇଥିଲେ । ଫିଲ୍ମକୁ ଗୋବିନ୍ଦ ତେଜ୍ ନିର୍ଦ୍ଦେଶନା ଦେଇଥିବାବେଳେ ସଙ୍ଗୀତ ଦେଇଛନ୍ତି ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର ।

Comments are closed, but trackbacks and pingbacks are open.