Latest Odisha News

‘ରଜୋ’ ନୁହେଁ ‘ରଜ’, ଗଛ ନାହିଁ ଦୋଳି ଖେଳିବା କେମିତି!

ଭୁବନେଶ୍ୱର : ରଜ ଅବସରରେ ଗାଁ ଠାରୁ ଆରମ୍ଭ କରି ସହର ଯାଏଁ ସବୁଠୁ ଉତ୍ସବର ମାହୋଲ ଲାଗି ରହିଛି । ସୋସିଆଲ ମିଡିଆରେ ମଧ୍ୟ ଶୁଭେଚ୍ଛାର ସୁଅ ଛୁଟୁଛି ।

ଏହି ‘ରଜ’ ଶବ୍ଦକୁ କେହିକେହି ଅଣ ଓଡିଆମାନେ ଅପଭ୍ରଂଶ କରି ‘ରଜୋ’ ବୋଲି ଉଚ୍ଚାରଣ ମଧ୍ୟ କରିଥାନ୍ତି । ଯାହାକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ ।

ଏନେଇ କେନ୍ଦ୍ରାପଡାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଟ୍ୱିଟ୍ କରିଛନ୍ତି ।

ନିକଟରେ ଓଡିଶାରେ ଘଟିଥିବା ପ୍ରଳୟଙ୍କାରୀ ବାତ୍ୟା ଯୋଗୁଁ ବହୁସଂଖ୍ୟାରେ ଗଛସବୁ ନଷ୍ଟ ହୋଇଯାଇଛି । ଏହାକୁ ଦୃଷ୍ଟିରେ ରଖି ଫେସବୁକ୍ କଭର ପୃଷ୍ଠାରେ ଅନେକ ଓଡିଆ ୟୁଜର୍ସ ଶାଗୁଆ ଗଛର ଫଟୋ ଦେଇଥିବାର ଲକ୍ଷ୍ୟ କରାଯାଇଛି । ଓଡିଶାର ଏହି ପାରମ୍ପରିକ ଗଣପର୍ବକୁ ପୁରପଲ୍ଲୀରେ ଧୂମଧାମରେ ପାଳନ କରିବାକୁ ଏବେ ଇଚ୍ଛା ହେଉଥିଲେ ମଧ୍ୟ ଦୋଳି ବାନ୍ଧିବାକୁ ଗଛର ଅଭାବ ପରିଲିକ୍ଷିତ ହେଉଛି ।

Leave A Reply

Your email address will not be published.