Latest Odisha News

ମୋ ବସ ଧକ୍କାରେ ଚାଲିଗଲା ନାବାଳିକାର ଜୀବନ

ଭୁବନେଶ୍ୱର: ପୁଣି ମୋ ବସ୍ ଦୁର୍ଘଟଣାରେ ଗଲା ଜୀବନ। ‘ମୋ ବସ୍ ’ ଧକ୍କାରେ ଜଣେ ନାବାଳିକାର ମୃତ୍ୟୁ ହୋଇଛି। ସାଇକେଲରେ ଯାଉଥିବାବେଳେ ଧକ୍କା ଦେଇଥିଲା ମୋ ବସ । ଏହି ମର୍ମନ୍ତୁଦ ଦୁର୍ଘଟଣାଟି ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁର ଅଞ୍ଚଳରେ ଘଟିଛି।

ରଘୁନାଥପୁର ପାଖରେ ୫୪ ନମ୍ବର ମୋ ବସ ଧକ୍କାରେ ଜଣେ ନାବାଳିକାର ଶୋଚନୀୟ ମୃତ୍ୟୁ ଘଟିଛି। ମୃତ ନାବାଳିକା ୧୩ ବର୍ଷର ମୁନି ଜୁଆଡି। ସକାଳ ୮ଟା ପାଖାପାଖି ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଥିବା କୁହାଯାଉଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଦୁର୍ଘଟଣା ପରେ ନନ୍ଦନକାନନ-ଜୟଦେବବିହାର ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ଉତ୍ୟକ୍ତ ଲୋକ।

ଟାୟାର ଜାଳି ପ୍ରତିବାଦକୁ ଓହ୍ଲାଇଛନ୍ତି ଲୋକେ । ଘଟଣା ସ୍ଥଳରେ ପ୍ରବଳ ଉତ୍ତେଜନା ଜାରି ରହିଛି । ଘଟଣାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକ କହିଛନ୍ତି, ନିଶାସକ୍ତ ଅବସ୍ଥାରେ ଚାଳକମାନେ ବେପରୁଆ ଗାଡ଼ି ଚଳାଉଛନ୍ତି। ଫଳରେ ଦୁର୍ଘଟଣା ଘଟୁଛି। ଡ୍ରାଇଭରଙ୍କ ସ୍ଥାନରେ ହେଲପର ଗାଡ଼ି ଚଳାଉଥିବା ଦେଖିବାକୁ ମିଳୁଛି। ଗାଡ଼ିଗୁଡ଼ିକ ଅନିୟନ୍ତ୍ରିତ ହୋଇ ଚାଲୁଛି।

Comments are closed.