Latest Odisha News

BREAKING NEWS

ପୀଡିତା ନାବାଳିକାଙ୍କ କକା କହିଲେ, ବ୍ରିଜଭୂଷଣଙ୍କୁ ଫସାଇବା ପାଇଁ ମୋ ଝିଆରୀଙ୍କୁ ବ୍ୟବହାର କରାଯାଉଛି

ରୋହତାକ: ରେସଲରଙ୍କ ଆନ୍ଦୋଳନରେ ନୂଆ ନୂଆ କଥା ସାମ୍ନାକୁ ଆସିଛି । ଗୋଟିଏ ପଟେ କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ଗିରଫ ଦାବୀରେ ରେସଲରମାନେ ଆନ୍ଦୋଳନ ଜାରୀ ରଖିଥିବା ବେଳେ ମଙ୍ଗଳବାର ଏକ ଚାଂଚଲ୍ୟକର ତଥ୍ୟ ସମ୍ମୁଖକୁ ଆସିଛି । ଯେଉଁ ନାବାଳିକା ରେସଲରଙ୍କୁ ନେଇ ସେମାନେ ବ୍ରିଜଭୂଷଣଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ତାଙ୍କ କକା କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି । ବ୍ରିଜଭୂଷଣଙ୍କୁ ଫସାଇବା ପାଇଁ ମୋ ଝିଆରୀଙ୍କୁ ବ୍ୟବହାର କରାଯାଉଛି । ଏପରିକି ତାର ବୟସରେ ଜାଲିଆତି ମଧ୍ୟ କରାଯାଇଛି । କେତେକ ନିର୍ଦ୍ଦିଷ୍ଟ ରେସଲର ମୋ ଝିଆରଙ୍କୁ ଫସାଉଛନ୍ତି । ତାର ଜନ୍ମ ୨୨ ଫେବୃୟାରୀ ୨୦୦୪ରେ ହୋଇଥିଲା । ସେ କିପରି ନାବାଳିକା ହେଲା ବୋଲି କକା ପ୍ରଶ୍ନ କରିଛନ୍ତି ।

ନାବାଳିକା ବଳାତ୍କାର ମାମଲାରେ ବ୍ରିଜଭୂଷଣଙ୍କ ବିରୋଧରେ କେସ ମଜଭୁତ କରିବା ଉଦ୍ଦେଶ୍ୟରେ ସେମାନେ ଏହି ଷଡଯନ୍ତ୍ର ରଚିଛନ୍ତି । ମୋ ଝିଆରୀ ବିପକ୍ଷରେ କିଛି ବି ଅନ୍ୟାୟ ହୋଇନି । ବରିଷ୍ଠ ରେସଲରଙ୍କ ଚାପରେ ସେ ନୀରବ ରହୁଛି । ମଙ୍ଗଳବାର ରେସଲରମାନେ ଗଙ୍ଗା ନଦୀରେ ପଦକ ଭସାଇବା ପାଇଁ ଆସିଥିବା ବେଳେ କୃଷକ ନେତା ରାକେଶ ଟିକାୟତଙ୍କ ଅନୁରୋଧକ୍ରମେ ୫ଦିନ ପାଇଁ ଏହାକୁ ଘୁଂଚାଇ ଦିଆଯାଇଛି ।

Leave A Reply

Your email address will not be published.