Latest Odisha News

BREAKING NEWS

ଭିଜିଲାନ୍ସ ଏସପି ସାରା ଶର୍ମାଙ୍କ ନାଁରେ ହ୍ୱାଟ୍ସଆପରେ ଟଙ୍କା ମାଗୁଛନ୍ତି ଠକ

ଭୁବନେଶ୍ୱର: ସାଇବର ଲୁଟେରାଙ୍କ ଟାର୍ଗେଟରେ IPS । ସମ୍ବଲପୁର ଭିଜିଲାନ୍ସ ଏସପି ସାରା ଶର୍ମାଙ୍କ ନାଁରେ ସାଇବର ଲୁଟେରା ଟଙ୍କା ମାଗୁଛନ୍ତି । ଏନେଇ ଖୋଦ୍ ଆଇପିଏସ୍ ସାରା ଶର୍ମା ଫେସବୁକରେ ପୋଷ୍ଟ କରି ସୂଚନା ଦେଇଛନ୍ତି ।

ଭିଜିଲାନ୍ସ ଏସପି ସାରା ଶର୍ମା ଲେଖିଛନ୍ତି, କେହି ଜଣେ ଅଜଣା ହ୍ୱାଟ୍ସଆପ୍ ନମ୍ବରରୁ ମୋ ବନ୍ଧୁମାନଙ୍କୁ ମେସେଜ୍ କରୁଛି । ଯେଉଁଥିରେ ମୋ ପାଇଁ ଆମାଜନ ଗିଫ୍ଟ କାର୍ଡ କିଣିବା ସହ ଟଙ୍କା ମାଗୁଛନ୍ତି ସାଇବର ଠକ । ମୋ ନାଁରେ କେହି ଟଙ୍କା ମାଗୁଥିଲେ ଦିଅନ୍ତୁ ନାହିଁ । ଏଭଳି ଠକଙ୍କ ପ୍ରତି ସାବଧାନ ରୁହନ୍ତୁ ବୋଲି ସାରା ଶର୍ମା ଫେସବୁକ୍ ପୋଷ୍ଟରେ ଲେଖିଛନ୍ତି ।

IPS ସାରା ଶର୍ମା ରାଜ୍ୟରେ ଘରେ ଘରେ ପରିଚିତ । ତାଙ୍କ ଲୋକପ୍ରିୟତାର ଫାଇଦା ଉଠାଇ ସାଇବର ଲୁଟେରା ଟଙ୍କା ମାଗୁଛନ୍ତି । ଏହା ପୂର୍ବରୁ ସାଇବର ଠକ ସମ୍ବଲପୁର ଜିଲ୍ଲାପାଳଙ୍କ ନାଁ ନେଇ ଅଜଣା ହ୍ୱାଟ୍ସଆପ୍ ନମ୍ବରରୁ ମଧ୍ୟ ଟଙ୍କା ମାଗୁଥିବା ଅଭିଯୋଗ ହୋଇଥିଲା ।

ତେବେ ସମ୍ବଲପୁରର ଏହି ଗୋଟିଏ ଘଟଣା ନୁହେଁ ରାଜ୍ୟର ଏକାଧିକ ବଡ଼ ବଡ଼ ଅଧିକାରୀଙ୍କ ନାଁ ଓ ଫଟୋକୁ ଅଜଣା ହ୍ୱାଟ୍ସଆପ୍ ନମ୍ବରରେ ବ୍ୟବହାର କରୁଛନ୍ତି ସାଇବର ଲୁଟେରା । କେତେବେଳେ କାହାର ଦେହ ଖରାପ ତ ଆଉ କେବେ ଅପରେସନ୍ ପାଇଁ ଟଙ୍କା ଦରକାର କହୁଛନ୍ତି । ଯଦି ଆପଣଙ୍କୁ ମଧ୍ୟ ଏଭଳି ମେସେଜ୍ ଆସୁଛି ତ ସତର୍କ ରୁହନ୍ତୁ । ଯାହା ନାଁରେ ଆପଣଙ୍କୁ ଟଙ୍କା ମଗା ଯାଉଛି, ପ୍ରଥମେ ତାଙ୍କ ସହ କଥା ହୁଅନ୍ତୁ ଓ ଠକାମିରୁ ବଞ୍ଚନ୍ତୁ ।

Leave A Reply

Your email address will not be published.