Latest Odisha News

BREAKING NEWS

ବିଶ୍ୱର ପେଟ ଭରୁଛି ‘ରାଇସ ମ୍ୟାନ’ଙ୍କ ଚାଉଳ

ଓଡ଼ିଶା ସମ୍ବାଦ ବ୍ୟୁରୋ: କୃଷି ହେଉଛି ଅର୍ଥନୀତିର ମେରୁଦଣ୍ଡ। ଆଉ ଭାରତ ଏକ କୃଷିପ୍ରାଧାନ୍ୟ ଦେଶ। ବିକାଶଶୀଳ ଦେଶମାନଙ୍କରେ ସବୁଜ ବିପ୍ଳବ ଗୁରୁତ୍ୱପୂର୍ଣ୍ଣ । ଏହି ସବୁଜ ବିପ୍ଳବ ଯୋଗୁଁ ନୂଆ କିସମ ଖାଦ୍ୟ ଶସ୍ୟ ଚାଷ କରାଯାଏ । ଭାରତରେ ଯେବେ ବି ସବୁଜ ବିପ୍ଳବ ସମ୍ପର୍କରେ ଆଲୋଚନା କରାଯାଏ ଗୁରୁଦେବ ସିଂ ଖୁଶଙ୍କ ନାମ ଆଲୋଚନାରେ ଅନ୍ତର୍ଭୂକ୍ତ ଥାଏ। ଗୁରୁଦେବ ସିଂ ଖୁଶ ସେହି କିସମର ଚାଉଳ ଉତ୍ପାଦନ କରିଥିଲେ ଯେଉଁ ଚାଉଳରେ ବର୍ତ୍ତମାନ ସାରା ବିଶ୍ୱର ପେଟ ଭରୁଛି।

BjdElectrycity

ବିଶ୍ୱରେ ‘ରାଇସ୍ ମ୍ୟାନ୍’ ନାମରେ ଜଣାଶୁଣା ଗୁରୁଦେବ ସିଂ ଖୁଶଙ୍କ ନାମ ସବୁଜ ବିପ୍ଳବରେ ସର୍ବଦା ସ୍ମରଣୀୟ ହୋଇ ରହିବ। ତାଙ୍କ ଦ୍ୱାରା ଆବିଷ୍କୃତ ହୋଇଥିବା ବ୍ଲକବଷ୍ଟର IR36 ଏବଂ IR64 କିସମର ଧାନ ସାରା ବିଶ୍ୱରେ ଖ୍ୟାତି ଲାଭ କରିଛି। ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ, କିନ୍ତୁ ଇଣ୍ଡିଆନ୍ ଏକ୍ସପ୍ରେସ ଅନୁଯାୟୀ ତାଙ୍କ ଧାନ ସାରା ବିଶ୍ୱରେ ଯେତେ ପରିମାଣରେ ଚାଷ କରାଯାଇଛି, ସେତିକି ପରିମାଣରେ ଅନ୍ୟ କୌଣସି ଫସଲ ଚାଷ କରାଯାଇ ନାହିଁ । ଆଜି ବି ଏ ରକମର ଚାଉଳ ବହୁ ପରିମାଣରେ ଖିଆଯାଏ।

ଗୁରୁଦେବ ସିଂ 22 ଅଗଷ୍ଟ 1935 ରେ ପଞ୍ଜାବର ଜଲନ୍ଦରଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ସମ୍ପର୍କରେ ଏକ କୌତୁହଳପୂର୍ଣ୍ଣ କଥା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ବ୍ୟକ୍ତି ତାଙ୍କ 32 ବର୍ଷ ବୟସରେ ଧାନ ଜମି କେବେ ଦେଖି ନଥିଲେ। ଗୁରୁଦେବ ସିଂ 1955 ମସିହାରେ କୃଷି କଲେଜ ଲୁଧିଆନାରୁ ସ୍ନାତକ ହାସଲ କରିବା ପରେ କାଲିଫର୍ନିଆ ୟୁନିଭର୍ସିଟି ଡେଭିସ୍ (UCD) ରେ ମାଷ୍ଟର ଡିଗ୍ରିରେ ଆଡମିଶନ କରିଥିଲେ। ଗୁରୁଦେବ ସିଂଙ୍କ ଅନୁସନ୍ଧାନ ଚାଉଳ ଉପରେ ନୁହେଁ ବରଂ ସୋରିଷ ଉପରେ ଥିଲା। କିନ୍ତୁ 1966 ମସିହାରେ ତାଙ୍କୁ ଆନ୍ତର୍ଜାତୀୟ ଚାଉଳ ଅନୁସନ୍ଧାନ ପ୍ରତିଷ୍ଠାନ (IRRI) ରୁ ଡାକରା ଆସିଲା। ଏଠାରେ ସେ ରାଇସ ବ୍ରିଡର ଭାବେ କାମ ଆରମ୍ଭ କରିଥିଲେ।

ଆନ୍ତର୍ଜାତୀୟ ଚାଉଳ ଅନୁସନ୍ଧାନ ପ୍ରତିଷ୍ଠାନ (IRRI)ଚାଉଳ ଗବେଷଣା ଭାବେ ଜଣାଯାଏ। ଗୁରୁଦେବ ସିଂ IRRI ରେ IR36 ଏବଂ IR64 କିସମର ଚାଉଳ ଆବିଷ୍କାର କରିଛନ୍ତି, ଯାହାକି ଚାଉଳର ଏକ ଉତ୍ତମ ପ୍ରଜାତି ଭାବରେ ପରିଗଣିତ ହୁଏ। ବର୍ତ୍ତମାନ ସାରା ବିଶ୍ୱ ଏହି କିସମର ଚାଉଳକୁ ଆପଣେଇଛି। ଗୁରୁଦେବ ସିଂଙ୍କ କଠିନ ପରିଶ୍ରମ ଯୋଗୁଁ ସେ 300 ରୁ ଅଧିକ କିସମର ଚାଉଳ ଆବିଷ୍କାର କରିଛନ୍ତି।

Leave A Reply

Your email address will not be published.