Latest Odisha News

BREAKING NEWS

ଗାଁ ଦାଣ୍ଡରେ ସରପଞ୍ଚଙ୍କୁ ଗୋଡାଇ ଗୋଡାଇ ପିଟିଲେ ଗ୍ରାମବାସୀ, ଭିଡିଓ ଭାଇରାଲ

ଯାଜପୁର: ଯାଜପୁର ଜିଲ୍ଲା ବରୀ ବ୍ଲକ ବୋଦୁଅ ପଞ୍ଚାୟତ କନ୍ତିଆ ଗାଁରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି  ।  ସ୍ୱାଇଁ ସାହି ଛକ ନିକଟରେ ସରପଞ୍ଚଙ୍କୁ ଗୋଡେଇ ଗୋଡେଇ ପିଟିଛନ୍ତି ଗ୍ରାମବାସୀ। ମାଡ ଖାଇଥିବା ସରପଞ୍ଚ ଜଣକ ଦେବୀ ପ୍ରସାଦ ମିଶ୍ର ବୋଲି ଜଣାପଡିଛି । ମାଡ ମାରିବା ସହ ମୋବାଇଲରେ ମାଡ ମାରିବାର ସବୁ ଭିଜୁଆଲ ମଧ୍ୟ କଏଦ କରିଛନ୍ତି ଗାଁ ଲୋକେ ।  ସୂଚନା ମୁତାବକ  ସରପଞ୍ଚ ଦେବୀ ପ୍ରସାଦ ମିଶ୍ର କନ୍ତିଆ ଗାଁ ସ୍ୱାଇଁସାହି ଛକ ନିକଟରେ ନିଜ ଗାଡି ଉପରେ ବସିଥିବା ସମୟରେ କିଛି ବ୍ୟକ୍ତି ଆସି ପ୍ରଥମେ ତାଙ୍କ ସହିତ ବଚସା କରିଥିଲେ ।

ଏହା ପରେ ଆଖିପଛୁଳକେ ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ଏହା ସହ  ଅଶ୍ଲୀଳ ଭାଷାରେ ଗାଳି ଗୁଲଜ ମଧ୍ୟ କରିଥିଲେ  । ଏପରିକି ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ । ପରେ ଦେବୀ ପ୍ରସାଦ ବିଞ୍ଝାରପୁର ଥାନାରେ ଅଭିଯୁକ୍ତଙ୍କ ବିରୋଧରେ ଲିଖତ ଅଭିଯୋଗ କରିଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି  । ରାଜନୈତିକ ଆକ୍ରୋଶରୁ ଏଭଳି ପ୍ରାୟୋଜିତ କରାଯାଉଥିବା ସରପଞ୍ଚ ସୂଚନା ଦେଇଛନ୍ତି । ସେପଟେ  ଭାଇରାଲ୍ ଭିଡିଓକୁ ଆଧାର କରି ପୋଲିସ୍ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.