Latest Odisha News

BREAKING NEWS

ବିଧାନସଭାରେ ହଟ୍ଟଗୋଳ: ଗୃହ ମୁଲତବୀ, ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ

ଗୋଟିଏ ଅଭିଯୋଗ ଦରଖାସ୍ତ ମିଳିବା ପରେ ଏହାକୁ ସଂପୃକ୍ତ ବିଭାଗକୁ ପଠାଯାଇଥାଏ । ତେଣୁ ଏଥିରେ ମାନ୍ୟବର ମନ୍ତ୍ରୀ ବନାମ ଅଫିସର ପ୍ରସଙ୍ଗ ଉଠୁଛି କେଉଁଠି ?

ଭୁବନେଶ୍ଵର: ଆଜି ବିଧାନସଭା ଆରମ୍ଭରୁ ବିଜେପି ସଦସ୍ୟମାନେ ହଟ୍ଟଗୋଳ କରିଛନ୍ତି। ସେମାନେ ବାଚସ୍ପତିଙ୍କ ପୋଡିୟମ ପାଖକୁ ଆସି ହଟ୍ଟଗୋଳ କରିଥିଲେ। ଫଳରେ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଥିଲେ। ଏହାଦ୍ବାରା ଆଜି ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଠିକରେ ଚାଲିପାରି ନ ଥିଲା । ଆଜି ବିରୋଧୀ ବିଜେପି ଏକ ମୁଲତବୀ ପ୍ରସ୍ତାବ ଆଣିଥିଲେ। ତାହା ଥିଲା ମନ୍ତ୍ରୀ ବଡ ନା ସଚିବ ବଡ। ହେଲେ ଏହାକୁ ବାଚସ୍ପତି ଗ୍ରହଣ କରି ନ ଥିଲେ। ଏହାକୁ ନେଇ ବିରୋଧୀ ବିଜେପି ସଦସ୍ୟ ଗୃହ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ । ଫଳରେ ବାଚସ୍ପତି ଗୃହକାର୍ଯ୍ୟକୁ ଦିନ ୧୧ ଟା ୩୦ ପର୍ଯ୍ୟନ୍ତ ମୁଲତବି ରଖିଥିଲେ।

ଏହାପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ନିଜର ବିବୃତି ପ୍ରଦାନ କରିଥିଲେ । ନିଜ ବିବୃତିରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ରହିଛି । ସେଠାରେ ସିଏମଓ ଅଧିକାରୀମାନେ ପରିଚାଳନା କରନ୍ତି । କୋଭିଡ ଯୋଗୁଁ ପ୍ରାୟ ୨ ବର୍ଷ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିଲା । କିନ୍ତୁ କୋଭିଡ ପରେ ଏହାକୁ ଠିକ ରୂପେ ପରିଚାଳିତ କରାଗଲା ।  ସେଥିପାଇଁ ଲୋକଙ୍କ ପାଖକୁ ଯାଇ ଅଭିଯୋଗ ଆଣିବାକୁ ଚିନ୍ତା କଲି । ମୋ ନିର୍ଦ୍ଦେଶରେ ସିଏମଓ ଅଫିସରମାନେ ଜିଲ୍ଲା ଜିଲ୍ଲା ବୁଲି ଅଭିଯୋଗ ଆଣିଲେ । ଗତ ୬ ମାସ ମଧ୍ୟରେ ୧୯୦ ଜାଗାରେ ୫୭,୪୪୨ ଅଭିଯୋଗ ଅଣାଯାଇଛି । ସେଥିମଧ୍ୟରୁ ୪୩, ୫୩୬ଟି ଅଭିଯୋଗର ସମାଧାନ ହୋଇଛି । ଆସନ୍ତା ୨/୩ ମାସ ମଧ୍ୟରେ ଦିୀର୍ଘ ଦିନରୁ ପଡିଥିବା ଅନ୍ୟ ସମସ୍ତ ସମସ୍ୟା ସମାଧାନ ହୋଇଯିବ । ଏ ସବୁ ଜନଶୁଣାଣି ପୋର୍ଟାଲରେ ଉପଲବ୍ଧ ଅଛି ବୋଲି ମୁଖ୍ୟମନ୍ତ୍ରୀ ଗୃହକୁ ଜଣାଇଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, କୋଭିଡ ସମୟରେ ଅନ୍ୟମାନେ ଯେତେବେଳେ ଘରେ ଥିଲେ ସିଏମଓ ଟିମ ନିଜ ଜୀବନକୁ ବାଜି ଲଗାଇ ସମସ୍ତ ଜିଲ୍ଲା ବୁଲି ତଦାରଖ କରୁଥିଲା । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସର୍ବଦା ସିଏମଓଙ୍କ ଦ୍ୱାରା ପରିଚାଳିତ ହୁଏ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମନ୍ତ୍ରୀମାନଙ୍କ ଆବଶ୍ୟକତା ନଥାଏ । ବିଭାଗୀୟ ମୁଖ୍ୟ ହିସାବରେ ସମାଧାନରେ ମନ୍ତ୍ରୀଙ୍କ ଯଥେଷ୍ଟ ଭୂମିକା ରହିଛି । ଯଦି ୫୭ ହଜାର ଆବେଦନକାରୀ ଭୁବନେଶ୍ୱର ଆସିଥାନ୍ତେ ତେବେ କେତେ ଖର୍ଚ୍ଚାନ୍ତ ହୋଇଥାନ୍ତେ ।  ସିଏମଓ ସେମାନଙ୍କ  ନିକଟକୁ ଯାଇ ସେମାନଙ୍କ ଅର୍ଥବ୍ୟୟକୁ ରୋକି ପାରିଛି । ସେପଟେ ସଚିବଙ୍କ ହେଲିକପ୍ଟର ବ୍ୟବହାର ନେଇ ମଧ୍ୟ ସ୍ପଷ୍ଟୀକରଣ ରଖିଛନ୍ତି ମୁଖ୍ୟମନ୍ତ୍ରୀ । ୧୦ଟାରୁ ୩ଟା ଭିତରେ ଦିନକରେ ୩ରୁ ୫ଟି ମିଟିଂ କରିବା ଅସମ୍ଭବ । ଯଦି ସଡକ ପଥରେ ଯାଇ ଏତକ କରାଯାଇଥାନ୍ତା, ତେବେ ଦେଢ଼ବର୍ଷ ଲାଗିଯାଇଥାନ୍ତା ।

ତେବେ ଅଧିବେଶନ ଆରମ୍ଭରୁ ଗୃଡରେ ହଟ୍ଟଗୋଳ ଯୋଗୁଁ ଗୃହକୁ ପ୍ରଥମେ ଦିନ ୧୧.୩୦ ଯାଏଁ ମୁଲତବୀ ରଖାଯାଇଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ବିବୃତ୍ତି ଦେଇଥିଲେ । ତାପରେ ପୁନର୍ବାର ଗୃହକୁ ୪ଟା ଯାଏଁ ମୁଲତବୀ ରଖିବାକୁ ବାଚସ୍ପତି ଘୋଷଣା କଲେ ।

 

 

Leave A Reply

Your email address will not be published.