Latest Odisha News

BREAKING NEWS

ଝାରବନ୍ଧରେ ପୋଲିସ ଉପରେ ଦୁର୍ବୃତ୍ତଙ୍କ ଆକ୍ରମଣ, ମୁଖ୍ୟ ଅଭିଯୁକ୍ତ ଗିରଫ

ବରଗଡ଼: ଝାରବନ୍ଧରେ ପୋଲିସଙ୍କ ଉପରେ ଆକ୍ରମଣ କଲେ ଦୁର୍ବୃତ୍ତ। ଏନେଇ ବରଗଡ଼ ଏସପି କାର୍ଯ୍ୟାଳୟ ଠାରେ ଶନିବାର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସୂଚନା ଅନୁସାରେ ଝାରବନ୍ଧ ପୋଲିସ ନାକାରେ ଚେକିଙ୍ଗ କରୁଥିବା ସମୟରେ ଦୁଇଜଣ ଦୁର୍ବୃତ୍ତକୁ ୩ କେଜି ଗଞ୍ଜେଇ ସହ ଗିରଫ କରାଯାଇଥିଲା। ଏନେଇ ମୁଖ୍ୟ ଅଭିଯୁକ୍ତ ଝସକେତନ ସାହୁ ଘରେ ଭୋର ସକାଳୁ ପୋଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ମୁଖ୍ୟଅଭିଯୁକ୍ତ ସହ ୨୫ଜଣ ପୋଲିସ ଉପରେ ଆକ୍ରମଣ କରିଥିଲେ।

ଏନେଇ ୨ ଜଣ ପୋଲିସ ଆହତ ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ୨୫ ଜଣ ଦୁର୍ବୃତ୍ତଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ସହ ମୋଟ ୧୪ ଜଣକୁ ଗିରଫ କରିଛି ପୋଲିସ। ଏନେଇ ତଦନ୍ତ ଚାଲିଥିବା ବରଗଡ଼ ଏସପି ସୂଚନା ଦେଇଛନ୍ତି।

Leave A Reply

Your email address will not be published.