Latest Odisha News

BREAKING NEWS

ଫିଟ ଅଛନ୍ତି ତ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ

ମୁମ୍ବାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ପ୍ରଥମରୁ ନୈରାଶ୍ୟଜନକ ପ୍ରଦର୍ଶନ କରିବା ପରେ ମୁମ୍ବାଇ ଇଣ୍ଡିଆନ୍ସ ଏବେ ଟ୍ରାକକୁ ଫେରିଛି । ତେବେ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମ୍ପୂର୍ଣ୍ଣ ଫିଟ ନ ଥିବା ଖବର ପ୍ରକାଶ ପାଇଛି । ତେବେ ଏ ନେଇ ମୁମ୍ବାଇ କିମ୍ବା ହାର୍ଦ୍ଦିକଙ୍କ ପକ୍ଷରୁ କିଛି କୁହାଯାଇ ନାହିଁ । ପ୍ରଥମ ୨ଟି ମ୍ୟାଚରେ ସେ ବୋଲିଂ କରିଥିବା ବେଳେ ଏବେ କ୍ରମାଗତ ୨ଟି ମୁକାବିଲାରେ ବୋଲିଂ କରି ନାହାନ୍ତି । ଯାହାକୁ ନେଇ ଏହି ସନ୍ଦେହ ସୃଷ୍ଟି ହୋଇଛି । ଆରସିବ ବିପକ୍ଷ ମ୍ୟାଚରେ ସେ ଗୋଟିଏ ଓଭର ବୋଲିଂ କରିବା ପରେ ଆଉ ବଲ ପକାଇ ନ ଥିଲେ । ନ୍ୟୁଜିଲାଣ୍ଡର ପୂର୍ବତନ ପେସ ବୋଲର ସାଇମନ ଡୁଲ ମଧ୍ୟ ହାର୍ଦ୍ଦିକ ସମ୍ପୂର୍ଣ୍ଣ ଫିଟ ଥିବା ନେଇ ସହେନ୍ଦ ବ୍ୟକ୍ତ କରିଛନ୍ତି ।

ଦିଲ୍ଲୀ ବିପକ୍ଷ ମ୍ୟାଚରେ ସେ ବୋଲିଂ କରି ନ ଥିଲେ । ତାଙ୍କୁ ଏ ସମ୍ପର୍କରେ ପଚରାଯିବାରୁ ସେ କହିଥିଲେ ସମୟ ଆସିଲେ ବୋଲିଂ କରିବି । ୨୦୨୩ ଦିନିକିଆ ବିଶ୍ୱକପରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ସେ ଆଘାତପ୍ରାପ୍ତ ହୋଇଥିଲେ । ଚିକିତ୍ସିତ ହେବା ପରେ ସେ ଫିଟ ହୋଇ ଏବେ ଆଇପିଏଲ ଖେଳୁଛନ୍ତି । ଆଗକୁ ଟି୨୦ ବିଶ୍ୱକପ ପାଇଁ ଦଳ ଚୟନ ହେବାକୁ ଥିବାରୁ ହାର୍ଦ୍ଦିକ ଯଦି ଫିଟ ନ ଥିବେ ଏହା ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ ।

Leave A Reply

Your email address will not be published.