Latest Odisha News

BREAKING NEWS

ଔଷଧ ଦୋକାନରୁ ୪୯ ହଜାର ଟଙ୍କା ଲୁଟ୍ ଅଭିଯୋଗ

ଭୁବନେଶ୍ୱର : ଔଷଧ ଦୋକାନରୁ ଲୁଟ । ମେଡିସିନ କିଣିବାକୁ ଆସି ଔଷଧ ଦୋକାନରୁ ୪୯ ହଜାର ଟଙ୍କା ଲୁଟି ନେଇଛନ୍ତି ଗ୍ରାହକ ।ନୟାପଲ୍ଲୀ ଥାନା ଅନ୍ତର୍ଗତ ଆଇଆରସି ଭିଲେଜରେ ଏପରି ଘଟଣା ଘଟିଛି । ପ୍ରାୟ ତିନି ଜଣ ଯୁବକ ମେଡିସିନ କିଣିବାକୁ ଆସି ଜଣକ ପରେ ଜଣେ ଲୁଟ୍ କରିଥିବା ସିସିଟିଭ କ୍ୟାମେରାରେ କଏଦ ହୋଇଛି ।

ସିସିଟିଭି କ୍ୟାମେରାକୁ ଆଧାର କରି ଦୋକାନୀ ଜଣକ ଥାନାରେ ଅଭିଯୋଗ କରିଛନ୍ତି ।ଦୋକାନୀଙ୍କ ସୂଚନା ମୁତାବକ ଜଣେ ଯୁବକ ମେଡିସିନ କିଣିଥିଲେ । ହେଲେ ଟଙ୍କା ଦେଇନଥିଲେ । ଅଥଚ ଦୌଡି ପଳାଇଥିଲେ । ଦୋକାନୀ ଜଣକ ତାଙ୍କୁ ପିଛା କରିବା ସମୟରେ । ଦୋକାନ ପାଖରେ ଠିଆ ହୋଇଥିବା ଆଉ ଜଣେ ଯୁବକ ଦୋକାନରୁ ୪୯ ହଜାର ଟଙ୍କା ଲୁଟ କରିଛନ୍ତି । ପୋଲିସ ଏହି ସବୁ ଘଟଣା ଜାଣିବା ପରେ ତଦନ୍ତ ଜାରି ରଖିଛି ।

Comments are closed, but trackbacks and pingbacks are open.