Latest Odisha News

BREAKING NEWS

ରାହୁଲ ହେଲେ ଆଇପିଏଲ ଇତିହାସର ଦାମୀ ଖେଳାଳି

ଲକ୍ଷ୍ନୌ: ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସିଜନ ପାଇଁ ଅହମ୍ମଦାବାଦ ଓ ଲକ୍ଷ୍ନୌ ମେଗା ଅକ୍ସନ ପୂର୍ବରୁ ଖେଳାଳିଙ୍କ ନାମ ବିଧିବଦ୍ଧ ଭାବେ ଘୋଷଣା କରିଛି । କେଏଲ ରାହୁଲଙ୍କୁ ଲକ୍ଷ୍ନୌ ୧୭ କୋଟି ଟଙ୍କାରେ ଚୁକ୍ତ କରିଛି । ଏଥିସହ ରାହୁଲ ଆଇପିଏଲ ଇତିହାସର ଦାମୀ ଖେଳାଳି ପାଲଟିଛନ୍ତି । ବିରାଟ କୋହଲି ଏବଂ ମହେନ୍ଦ୍ର ସିଂ ଧୋନୀଙ୍କୁ ମଧ୍ୟ ସେ ପଛରେ ପକାଇ ଦେଇଛନ୍ତି । ପୁର୍ବରୁ ପଞ୍ଜାବ କିଙ୍ଗ୍‌ସ ତାଙ୍କୁ ୧୧ କୋଟିରେ ନେଇଥିଲା । ମାର୍କସ ଷ୍ଟୋଇନିସ ଓ ରବି ବିଶ୍ନୋଇଙ୍କୁ ଦଳ ଯଥାକ୍ରମେ ୯.୨ କୋଟି ଓ ୪ କୋଟିରେ କ୍ରୟ କରିଛି ।

ଅପରପକ୍ଷରେ ଅହମ୍ମଦାବାଦ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ଅଧିନାୟକ ଦାୟିତ୍ୱ ପ୍ରଦାନ କରିଛି । ହାର୍ଦ୍ଦିକ ଓ ରଶିଦ ଖାଁଙ୍କୁ ଦଳ ୧୫ କୋଟି ଲେଖାଁଏ ଏବଂ ଶୁଭମନ ଗିଲ ୮ କୋଟିରେ ଚୁକ୍ତି କରିଛି ।

Comments are closed, but trackbacks and pingbacks are open.