Latest Odisha News

BREAKING NEWS

ସମ୍ବଲପୁର ‘ବିଏସଇ’ ଶାଖା ଅଫିସରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ

ସମ୍ବଲପୁର : ସମ୍ବଲପୁର ଜେଲ୍ ଛକ ନିକଟରେ ଅବସ୍ଥିତ ମାଧ୍ୟମିକ ଶିକ୍ଷା ବୋର୍ଡ଼ ଶାଖା ଅଫିସରେ ବୁଧବାର ଅପରାହ୍ନରେ କିଛି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି ।

ଏହି ଘଟଣା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବିଏସଇର ଡେପୁଟି ସେକ୍ରେଟାରୀ ସୂର୍ଯ୍ୟମଣି ମାଝି କହିଛନ୍ତି, ଅପରାହ୍ନ ୨ଟା ବେଳେ ପ୍ରାୟ ୮ରୁ୯ ଜଣ ଅଜଣା ବ୍ୟକ୍ତି ଅଫିସ ମଧ୍ୟକୁ ପ୍ରବେଶ କରି କର୍ମଚାରମାନଙ୍କୁ ଅଫିସ କାହିଁକି ଖୋଳା ଅଛି ବୋଲି ପଚାରିଥିଲେ । ସମସ୍ତ କର୍ମଚାରୀମାନଙ୍କୁ ଅଫିସ ମଧ୍ୟରୁ ବାହାରି ଯିବାକୁ କହି ଅଫିସ ରୁମ୍ ମଧ୍ୟରେ ନିଆଁ ଲଗାଇ ଦେଇଥିଲେ । ଯାହା ଫଳରେ ଅନେକ ଦରକାରୀ କାଜଗପତ୍ର ଏବଂ ବିଭିନ୍ନ ଆସବାବପତ୍ର ନିଆଁ ଲାଗି ପୋଡିଯାଇଛି ।

ଆହୁରି ମଧ୍ୟ ଦୁର୍ବୃତ୍ତ ମାନେ ଅଫିସ ରୁମରୁ ବାହାରିବା ବେଳେ ଅଫିସ ପରିସରରେ ଥିବା ୨ଟି ବାଇକରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ ।

ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଏଥିସହିତ କଲେକ୍ଟର ସମର୍ଥ ବର୍ମା ଏବଂ ଏସପି ସଞ୍ଜୀବ ଅରୋରା ବିଏସଇର ଅଫିସରେ ଆସି ପହଞ୍ଚିଥିଲେ ।

ଗଣମାଧ୍ୟମକୁ ସୂଚନା ଦେଇ ସ୍ଥାନୀୟ ଏସପି କହିଛନ୍ତି ଯେ ବିଏସଇର ଡେପୁଟି ସେକ୍ରେଟାରୀଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

ଇତିମଧ୍ୟରେ, ଶାନ୍ତି ଶୃଙ୍ଖଳାର ସହିତ ଆଇନ ପରିସ୍ଥିତି ବଜାୟ ରଖିବାକୁ ମାଧ୍ୟମିକ ଶିକ୍ଷା ବୋର୍ଡ଼ ଶାଖା କାର୍ଯ୍ୟାଳୟ ନିକଟରେ ଅତିରିକ୍ତ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

Leave A Reply

Your email address will not be published.