Latest Odisha News

BREAKING NEWS

ଜାନୁଆରୀ ୮ରେ ‘ନବନିର୍ମାଣ କୃଷକ ସଙ୍ଗଠନ’ର ରାଜଭବନ ଘେରାଉ

ଭୁବନେଶ୍ୱର : ଓଡିଶାର କୃଷକଙ୍କ ଲାଗି ପ୍ରାଇସ, ପ୍ରେଷ୍ଟିଜ୍ ଓ ପେନସନ୍ ଦାବି ନେଇ ଆସନ୍ତା ଜାନୁଆରୀ ୮ ତାରିଖରେ ‘ନବନିର୍ମାଣ କୃଷକ ସଙ୍ଗଠନ’ ରାଜଭବନ ଘେରାଉ କରିବ ।

ଏସମ୍ପର୍କରେ ବୁଧବାର ଦିନ ‘ନବନିର୍ମାଣ କୃଷକ ସଙ୍ଗଠନ’ର ଆବାହକ ଅକ୍ଷୟ କୁମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ଏସମ୍ପର୍କରେ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ନେଇ ଆମକୁ ବାରମ୍ବାର କହିଛନ୍ତି । କିନ୍ତୁ ଏନେଇ ଆଲୋଚନା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପାଖରେ ସମୟ ନଥିବା ଦର୍ଶାଇ ବିଜେଡି ପକ୍ଷରୁ ସଂସଦ ସାମନାରେ ବିକ୍ଷୋଭ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

“ଆମେ ସରକାରଙ୍କୁ ପଚାରିବାକୁ ଚାହୁଁ ଏନେଇ ରାଜ୍ୟ ସରକାର ନିଜେ କାହିଁକି ନିଷ୍ପତ୍ତି ନେଉ ନାହାନ୍ତି” ବୋଲି କହିଛନ୍ତି ‘ନବନିର୍ମାଣ କୃଷକ ସଙ୍ଗଠନ’ର ଆବାହକ ଅକ୍ଷୟ କୁମାର ।

ସେ ଆହୁରି ମଧ୍ୟ କହିଛନ୍ତି ଡିସେମ୍ବର ୨୨ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଖୋର୍ଦ୍ଧା ଗସ୍ତ ସମୟରେ ତାଙ୍କ ସହ ଆଲୋଚନା କରାଯିବା ସହିତ ଏକ ସ୍ମାରକ ପତ୍ର ପ୍ରଦାନ କରାଯିବ ।

Leave A Reply

Your email address will not be published.