Latest Odisha News

ଫୁଲ ତୋଳିବା ବାହାନାରେ ମହିଳାଙ୍କ ବେକରୁ ସୁନାଚେନ୍‌ ଝାମ୍ପିନେଲା ଦୁର୍ବୁତ୍ତ  

ଗଜପତି : ପାରଳାଖେମୁଣ୍ଡି ଚିତ୍ରକର ସାହିରେ ଅଭାବନୀୟ ଘଟଣା ଘଟିଯାଇଛି । ଘର ବାରିକୁ ଫୁଲ ତୋଳିବା ବାହାନାରେ ଆସି ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଲା ଦୁର୍ବୃତ୍ତ । ଆଜି ଭୋରୁ ଉକ୍ତ ସାହିର  ଦିବ୍ୟାଙ୍ଗ ଯୁବତୀ ସୁଜାତା ପାଣିଗ୍ରାହୀ ଘର ବାରି ବାଥରୁମକୁ ଯିବା ସମୟରେ ଜଣେ ଅଜଣା ଯୁବକ ବାରିରେ ପଶି ବେକରୁ ସୁନା ଚେନ ଝାମ୍ପିନେଇଥିବା ଅଭିଯୋଗ କରିଛନ୍ତି ସୁଜାତା । ଯୁବତୀ ଜଣକ ଦୁର୍ବୃତ୍ତଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ  ।

ଘଟଣାସ୍ଥଳରୁ ଦୁବୃତ୍ତ ଜଣକ ବିବସ୍ତ୍ର ହୋଇ ଦୌଡ଼ି ପଳାଇଥିଲା । ଯୁବତୀଙ୍କ ପାଟି ଶୁଣି ପଡ଼ୋଶୀ ଲୋକ ଲୁଟେରା ଜଣକୁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲେ  । ଅଭିଯୋଗ ପାଇ ଘଟଣାସ୍ଥଳରେ ପାରଳାଖେମୁଣ୍ଡି ପୋଲିସ ପହଞ୍ଚି ଛାନଭିନ ଚଳାଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକମାନେ ଭୟଭୀତ ଅଛନ୍ତି  ।

 

Leave A Reply

Your email address will not be published.