Latest Odisha News

BREAKING NEWS

କ୍ରିଷ୍ଟିନା ପାଇସ୍କୋଭା ପିନ୍ଧିଲେ ମିସ୍ ୱାର୍ଲ୍ଡ  ମୁକୁଟ

ନୂଆଦିଲ୍ଲୀ: ୭୧ତମ ମିସ୍ ୱାର୍ଲ୍ଡ ହେଲେ କ୍ରିଷ୍ଟିନା ପାଇସ୍କୋଭା । ୨୭ ବର୍ଷ ପରେ ଭାରତରେ ଆୟୋଜିତ ମିସ୍ ୱାର୍ଲ୍ଡ ପ୍ରତିଯୋଗିତାରେ ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି ଏହି ୨୪ ବର୍ଷୀୟ ସୁନ୍ଦରୀ ।

ମୁମ୍ୱାଇରେ ଆୟୋଜିତ ମିସ୍ ୱାର୍ଲ୍ଡ  ପ୍ରତିଯୋଗିତାର ଗ୍ରାଣ୍ଡ ଫାଇନାଲ ଉପରେ ସମସ୍ତଙ୍କ ନଜର ଥିଲା । ଏଥର ମିସ୍ ୱାର୍ଲ୍ଡ ପ୍ରତିଯୋଗିତାରେ

୧୧୫ଟି ଦେଶର ପ୍ରତିଯୋଗୀ  ଅଂଶ ଗ୍ରହଣ କରିଥିଲେ । ତେବେ ନିଜର ସୌନ୍ଦର୍ଯ୍ୟ ଓ ବୁଦ୍ଧିମତାରେ ସମସ୍ତ ଦେଶର ସୁନ୍ଦରୀ ପ୍ରତିଯୋଗୀଙ୍କୁ ପଛରେ ପକାଇ ମିସ୍ ଚେକ୍ ରିପବ୍ଲିକ୍  କ୍ରିଷ୍ଟିନା ପାଇସ୍କୋଭା ଏହି ମୁକୁଟ ପିନ୍ଧିଛନ୍ତି ।

ଏହି ମିସ୍ ୱାର୍ଲ୍ଡ ବିୟୁଟି ଉତ୍ସବରେ ଭାରତର ବହୁ ସେଲିବ୍ରେଟି ସାମିଲ ହୋଇଥିଲେ । ନୀତା ଅମ୍ୱାନୀ, କରଣ ଜୋହର  ଓ କ୍ରିକେଟର ହରଭଜନ ସିଂଙ୍କୁ ଦେଖିବାକୁ ମିଳିଥିଲା ।

ଏଥିସହ ଜୁରି ସଦସ୍ୟମାନଙ୍କ ମଧ୍ୟରେ ଲୋକପ୍ରିୟ ନ୍ୟୁଜ ଆଙ୍କର ରଜତ ଶର୍ମା, ଫିଲ୍ମ ନିର୍ମାତା ସାଜିଦ୍ ନାଦିଆଡୱାଲା, ଅଭିନେତ୍ରୀ କ୍ରିତି ସାନନ୍, ଓ ବ୍ୟବସାୟୀ ଭିନୀତ ଜୈନ ଥିଲେ ।

Leave A Reply

Your email address will not be published.