Latest Odisha News

BREAKING NEWS

ଗୁଣ୍ଡୁଚି ମୂଷା ହୋଇ ବିକଶିତ ଓଡ଼ିଶା ଦିଗରେ କାମ କରିବି: ଅଧିରାଜ ପ୍ରାଣିଗ୍ରାହୀ

ଭୁବନେଶ୍ୱର: ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ। ବିଜେଡିରେ ଯୋଗ ଦେଇଛନ୍ତି ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ । ଗତକାଲି କଂଗ୍ରେସ ଦଳରୁ ଇସ୍ତଫା ଦେବା ପରେ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦେଲେ ଅଧିରାଜ ।

ଶତାଧିକ ସମର୍ଥକଙ୍କ ସହ ଆସି ସେ ବିଜୁ ଜନତା ଦଳରେ ସାମିଲ ହେଇଛନ୍ତି । ଅଧିରାଜ ପାଣିଗ୍ରାହୀଙ୍କ ସମେତ ୩ ଜଣ ବ୍ଲକ ଚେୟାରମ୍ୟାନ୍, ୪୦ ଜଣ ସରପଞ୍ଚ ଓ ୩୪ ଜଣ ପଞ୍ଚାୟତ ସମିତି ସଦସ୍ୟ ବିଜେଡିରେ ସାମିଲ ହେଇଛନ୍ତି । ବିଜେଡି ସାଂସଦ ମାନସ ମଙ୍ଗରାଜ ଅଧିରାଜ ପାଣିଗ୍ରାହୀଙ୍କୁ ଦଳରେ ସ୍ୱାଗତ କରିଛନ୍ତି ।

ଏହି ଅବସରରେ ଅଧିରାଜ ପାଣିଗ୍ରାହୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ମିଶିଛନ୍ତି । ଆଗକୁ ସେ ଯାହା ଦାୟିତ୍ବ ଦେବେ ତାକୁ ସେ ସୂଚାର ଭାବେ ପାଳନ କରିବେ । ସେ ବିକଶିତ ଓଡ଼ିଶା ଦିଗରେ କାମ କରିବେ ବୋଲି କହିଛନ୍ତି ଅଧିରାଜ ।

ତେବେ ଅଧିରାଜ ପାଣିଗ୍ରାହୀ ବିଜେଡିରେ ସାମିଲ ହେବା ପରେ, ତାଙ୍କୁ ବିଜେଡି ଟିକେଟ୍ ମିଳିବା ନିଶ୍ଚିତ ବୋଲି କୁହାଯାଉଛି ।

Leave A Reply

Your email address will not be published.