Latest Odisha News

BREAKING NEWS

ତାମିଲନାଡୁରେ ନିଶ୍ଚିତ ପଦ୍ମ ଫୁଟିବ: ତାମିଲସାଇ ସୁନ୍ଦରରାଜନ

ନୂଆଦିଲ୍ଲୀ: ବିଜେପିରେ ଯୋଗ ଦେଲେ ତେଲେଙ୍ଗାନାର ପୂର୍ବତନ ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ । ସେ ଦୁଇ ଦିନ ପୂର୍ବରୁ ତେଲେଙ୍ଗାନା ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ । ଏହାସହ ସେ ପୁଡୁଚେରୀର ଏଲଜି ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ତାମିଲନାଡୁ ବିଜେପି ମୁଖ୍ୟ ଆନ୍ନାମଲାଇଙ୍କ ଉପସ୍ଥିତିରେ ସେ ପୁଣି ଥରେ ଦଳରେ ସାମିଲ ହୋଇଛନ୍ତି ।

ବିଜେପିରେ ଯୋଗ ଦେବା ପରେ ତାମିଲ ସାଇ କହିଛନ୍ତି ଯେ, ମୁଁ ଖୁସି ଯେ ପୁଣିଥରେ ମୋତେ ସଦସ୍ୟତା ମିଳିଛି । ମୁଁ ନିର୍ବାଚନ ଲଢିବାକୁ ଚାହୁଁଛି । ଏନେଇ ମୋର ଇଚ୍ଛା ବିଷୟରେ ମୁଁ ପାର୍ଟିକୁ ଜଣାଇଦେଇଛି । ରାଜ୍ୟପାଳ ପଦରୁ ଇସ୍ତଫା ଦେବା ଏକ କଠିନ ନିଷ୍ପତ୍ତି ଥିଲା, କାରଣ ରାଜ୍ୟପାଳ ହିସାବରେ ମୋ’ ପାଖରେ ଅନେକ ସୁବିଧା ଥିଲା । ହେଲେ ମୁଁ ତାକୁ ଛାଡ଼ି ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛି । ଯେଉଁଥିପାଇଁ ମୁଁ ଟିକେ ହେଲେ ଦୁଃଖିତ ନୁହଁ । ମୁଁ ପ୍ରଧାନମନ୍ତ୍ରୀଙ୍କ ଭଳି ଲୋକଙ୍କ ସହ ଯୋଡି ହେବାକୁ ଚାହୁଁଛି । ତାମିଲନାଡୁରେ ନିଶ୍ଚିତ ପଦ୍ମ ଫୁଟିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

ତେବେ ସେ କେଉଁ ଆସନରୁ ଲୋକସଭା ନିର୍ବାଚନ ଲଢିବେ ତାହା ଜଣାପଡିନଥିବାବେଳେ, ତାମିଲନାଡୁରୁ ତାଙ୍କୁ ଦଳ ନିର୍ବାଚନରେ ଓହ୍ଲାଇପାରେ ବୋଲି କୁହାଯାଉଛି ।

Leave A Reply

Your email address will not be published.