Latest Odisha News

BREAKING NEWS

ଜମୁଛି ନିର୍ବାଚନୀ ପ୍ରଚାର ମୈଦାନ; ଜଗତସିଂହପୁରରେ ବିରାଟ ଶୋଭାଯାତ୍ରାରେ ଆସି ପ୍ରାର୍ଥୀଙ୍କୁ ଭୋଟ୍ ଭିକ୍ଷା କଲେ ପ୍ରଶାନ୍ତ ଓ ଚିରଞ୍ଜୀବ

ଜଗତସିଂହପୁର: ପାଖେଇ ଆସୁଛି ନିର୍ବାଚନ । ଶୋଭାଯାତ୍ରା ଓ ରୋଡ୍‌ ଶୋ ରେ କମ୍ପୁଛି ପ୍ରଚାର ମୈଦାନ । ବୁଲି ବୁଲି ଭୋଟ୍ ମାଗୁଛନ୍ତି ନେତା । ଏହି ଅବସରରେ ଆଜି ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ଜଗତସିଂହପୁର ଜିଲ୍ଲା ବିଜୁ ଜନତା ଦଳର ଦୁଇ ବରିଷ୍ଠ ନେତା । ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଜାତୀୟ କଂଗ୍ରେସ ଦଳରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହେବା ପରେ ଆଜି ନିଜ ନିର୍ବାଚନ ମଣ୍ଡଳୀରେ ପ୍ରଥମଥର ପାଇଁ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କୁମାର ମୁଦୁଲିଙ୍କ ସହିତ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ।

ଆଜି ଉଭୟ ନେତା ଜଗତସିଂହପୁର ନିର୍ବାଚନ ମଣ୍ଡଳୀର ସମସ୍ତ କର୍ମୀମାନଙ୍କ ସହିତ ନୂଆପୋଲ ନିକଟରୁ ଏକ ବିଶାଳ ଶୋଭାଯାତ୍ରାରେ ଆସି ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ୍ ଦେବାପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଉକ୍ତ ଶୋଭାଯାତ୍ରାରେ ଏହି ଦୁଇ ନେତାଙ୍କ ସହିତ ଜଗତସିଂହପୁର(ସଂ) ଲୋକସଭା ଆସନର ସାଂସଦ ପାର୍ଥୀନୀ ଡ଼ା ରାଜଶ୍ରୀ ମଲ୍ଲିକ ସାମିଲ ହେବା ସହିତ ଜଗତସିଂହପୁର ନିର୍ବାଚନ ମଣ୍ଡଳୀର ସମସ୍ତ ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟ, ସଭ୍ୟା, ପଞ୍ଚାୟତ ସମିତି ଅଧ୍ୟକ୍ଷ, ଅଧ୍ୟକ୍ଷା ଓ ଜିଲ୍ଲାପରିଷଦ ସଭ୍ୟ, ସଭ୍ୟାଙ୍କ ସମେତ ପ୍ରାୟ ୮ ହଜାରରୁ ଉର୍ଦ୍ଧ୍ବ ବିଜୁ ଜନତା ଦଳର କର୍ମୀମାନେ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

ଅନ୍ୟପଟେ ଏହି ଶୋଭାଯାତ୍ରାରେ ଆସିଥିବା ସମସ୍ତ ନେତା ଓ ଦଳୀୟ ପ୍ରାର୍ଥୀମାନେ ଜଗତସିଂହପୁର ସ୍ଥିତ ଥାନା ଛକରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିବା ପରେ ଦୁଇ ନେତା ଓ ସାଂସଦ ପ୍ରାର୍ଥୀନୀ ମିଳିତ ଭାବେ ପୁଷ୍ପମାଲ୍ୟ ଅର୍ପଣ କରି ଆଶୀର୍ବାଦ କାମନା କରିଥିଲେ ।

ଏହା ପରେ ସ୍ଥାନୀୟ ଚର୍ଚ୍ଚିକା ବଜାର ନିକଟରେ ଦଳ ପକ୍ଷରୁ ଅନୁଷ୍ଠିତ ହୋଇଥିବା ସଂକଳ୍ପ ସମାବେଶରେ ଦୁଇ ନେତା ଓ ସାଂସଦ ପ୍ରାର୍ଥୀନୀ ଓ ମାନ୍ୟଗଣ ଅତିଥିମାନେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କ ହାତମୁଠା କୁ ଟାଣ କରିବା ସହିତ ଷଷ୍ଠ ଥର ପାଇଁ ନବୀନ ବାବୁଙ୍କୁ ମୁଖ୍ୟମନ୍ତ୍ରୀ କରାଇବା ଓ ଜଗତସିଂହପୁର ଜିଲ୍ଲାର ସମସ୍ତ ୪ଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ପ୍ରାର୍ଥୀ, ପ୍ରାର୍ଥୀନୀ ମାନଙ୍କୁ ଐତିହାସିକ ବିଜୟ ଲାଭ କରାଇବେ, ସେ ସମ୍ବଦ୍ଧରେ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ ।

Leave A Reply

Your email address will not be published.