Latest Odisha News

BREAKING NEWS

ତତଲା କଡେଇରେ ସିଝୁଛି ଓଡିଶା, ୪୪.୬ ଡିଗ୍ରୀ ସହ ଅନୁଗୁଳ ସବୁଠୁ ଉତ୍ତପ୍ତ ସହର

ଅନୁଗୁଳ: ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ବୃଦ୍ଧି ପାଇବ ଦିନର ତାପମାତ୍ରା । ଆହୁରି ୨ ଡିଗ୍ରୀ ଯାଏଁ ବଢିବା ନେଇ ସମ୍ଭାବନା ରହିଛି । ପ୍ରଭାବରେ ଆଗାମୀ ୪ ରୁ ୫ ଦିନ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରିରହିବା ସହ ଅସହ୍ୟ ଗୁଳୁଗୁଳି ଲାଗିରହିବାର ସମ୍ଭାବନା ରହିଛି ।

ଏପଟେ ଆଜି ୧୨ଟି ସହର ତାତି ୪୩ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ୪୪ .୬ ଡିଗ୍ରୀ ସହ ଅନୁଗୁଳ ରାଜ୍ୟର ସବୁଠୁ ଉତପ୍ତ ସହର ପାଲଟିଛି । ସେହିପରି ତାପରକୁ ବୌଦ୍ଧ ଜିଲ୍ଲାରେ ୪୪.୫ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ, ନୂଆପଡା ଓ ବଲାଙ୍ଗୀରରେ ୪୪ ଡିଗ୍ରୀ ରେକର୍ଡ ହୋଇଛି । ତା’ତଳକୁ ବାରିପଦାରେ ୪୩.୮, ଟିଟିଲାଗଡରେ ୪୩.୬ ଡିଗ୍ରୀ, ଯାଜପୁରରେ ୪୩. ୬ ଡିଗ୍ରୀ, ସମ୍ବଲପୁରରେ ୪୩. ୬ ଡିଗ୍ରୀ, ହୀରାକୁଦରେ ୪୩.୬ ଡିଗ୍ରୀ, ଝାରସୁଗୁଡାରେ ୪୩.୬୫ ଡିଗ୍ରୀ ଓ ଭୁବନେଶ୍ୱରରେ ୪୦. ୫ ଡିଗ୍ରୀ ରେକର୍ଡ କରାଯାଇଛି ।

ସେହିପରି ୩୨ଟି ସହର ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରେକର୍ଡ କରାଯାଇଛି ।

ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଆସନ୍ତା ୩୦ ତାରିଖ ଯାଏଁ ରାଜ୍ୟ ବିଭିନ୍ନ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ରେଡ ୱାର୍ଣ୍ଣିଂ ଜାରିଛି ପାଣିପାଗ ବିଭାଗ ।

Leave A Reply

Your email address will not be published.