Latest Odisha News

BREAKING NEWS

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀ ସର୍ବେଶ୍ୱର ରାଓ ଗିରଫ

ଭୁବନେଶ୍ୱର: ଚାକିରୀ ଦେବା ନାଁ ରେ ଠକେଇ ଅଭିଯୋଗରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀ ସର୍ବେଶ୍ୱର ରାଓଙ୍କୁ ଆଜି ଗିରଫ କରିଛି କ୍ରାଇମ୍ଇବ୍ରାଞ୍ଚ ଏସ୍ଆଇଟି । ଗତକାଲି ତାଙ୍କୁ ହେପାଜତକୁ ନେଇ ଜେରା ପରେ ଆଜି ଗିରଫ କରଯାଇଛି ।

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ସର୍ବେଶ୍ୱରଙ୍କୁ ମୁହାଁମୁହିଁ ଜେରା କରିଥିଲା କ୍ରାଇମ୍‌ବ୍ରାଞ୍ଚ । ଏହି ସମୟରେ ପ୍ରଦୀପ ତାଙ୍କ ଭାବୀ ଜ୍ବାଇଁ ଆକାଶ ଚାକିରୀ କରିବା ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଠକିବା ଘଟଣାରେ ସର୍ବେଶ୍ୱରଙ୍କ ସମ୍ପୃକ୍ତି ଥିବା ନେଇ ସ୍ପଷ୍ଟ ହୋଇଥିଲା । ପ୍ରଦୀପ ପାଣିଗ୍ରାହୀଙ୍କ ଅତ୍ୟନ୍ତ ପାଖଲୋକ ଥିଲେ ସର୍ବେଶ୍ୱର ।

ସେପଟେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ୨ ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା।

Leave A Reply

Your email address will not be published.