Latest Odisha News

BREAKING NEWS

ଖୁବଶୀଘ୍ର ଆସିବ ଓମିକ୍ରନ୍ ବିନାଶକାରୀ ଟିକା

ନୂଆଦିଲ୍ଲୀ : କରୋନା ପରେ ଏବେ ସାରା ବିଶ୍ବରେ ବ୍ୟାପିଲାଣି ଭାଇରସ ଓମିକ୍ରନ୍ । ଭାଇରସକୁ ନେଇ ଭୟଭୀତ ଅବସ୍ଥାରେ ଥିବା ବେଳେ, ଏବେ ଖୁବଶୀଘ୍ର ଆସିବ ଓମିକ୍ରନ ବିନାଶକାରୀ ଟିକା । ଆସନ୍ତା ମାର୍ଚ୍ଚ ସୁଦ୍ଧା ଏହି ଟିକା ଆସିବ ବୋଲି ସୂଚନା ଦେଇଛନ୍ତି ମଡର୍ଣ୍ଣା ସିଇଓ ଷ୍ଟିଫେନ ବାନସେଲ । ଓମିକ୍ରନ ନିରାକରଣ ଲାଗି ଗବେଷଣା କରାଯାଇଥିବା ଟିକାର ପ୍ରସ୍ତୁତି ପର୍ଯ୍ୟାୟ ଶେଷ ହୋଇଛି । ଆସନ୍ତା କିଛି ସପ୍ତାହ ମଧ୍ୟରେ ଏହାର କ୍ଲିନିକାଲ ଟ୍ରାଏଲ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ଔଷଧ ନିୟାମକଙ୍କଠାରୁ ଗ୍ରୀନ ସିଗନାଲ ମିଳିଲେ ଏହା ଉପଲବ୍ଧ ହେବ । ଏହି ଟିକା ଉପଲବ୍ଧ ହେଲେ ଅଧିକ ଡୋଜ ନେବାର ଆବଶ୍ୟକତା ନାହିଁ । ମାତ୍ର ଗୋଟିଏ ଡୋଜରେ ସମସ୍ତ ସମସ୍ୟାର ସମାଧାନ ହେବ । ଯେଉଁ ବ୍ୟକ୍ତି ବାରମ୍ବାର ଟିକା ନେବାକୁ ଚାହୁଁନାହାନ୍ତି, ସେମାନଙ୍କ ଲାଗି ଏହା ବିଶେଷ ସହାୟକ ହେବ । ୨୦୨୨ ଶେଷ ବେଳକୁ କିଛି ଲୋକଙ୍କ ଲାଗି ଚତୁର୍ଥ ଡୋଜର ଆବଶ୍ୟକତା ଦେଖାଦେଇପାରେ ପୂର୍ବରୁ ମଡର୍ଣ୍ଣା ପକ୍ଷରୁ କୁହାଯାଇଥିଲା ।

Comments are closed, but trackbacks and pingbacks are open.