Latest Odisha News

BREAKING NEWS

ଛତିଶଗଡ଼ରେ ଏନକାଉଣ୍ଟର, ୫ ମାଓବାଦୀ ମୃତ

ଛତିଶଗଡ଼ : ଛତିଶଗଡ଼ ଇଲମିଡି ଓ ଇସୁର ମଧ୍ୟରେ ଥିବା ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳି ବିନିମୟ । ଗୁଳି ବିନିମୟରେ ୫ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ୫ ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି । ବିଜାପୁର ଓ ତେଲେଙ୍ଗାନା ସୀମାବର୍ତ୍ତି ଅଞ୍ଚଳରେ ହୋଇଥିବା ଗୁଳି ବିନିମୟରେ ଦୁର୍ଦ୍ଦାନ୍ତ ମାଓନେତା ସୁଧାକର ନିହତ ହୋଇଥିବା ଜଣାପଡିଛି ।

ଗ୍ରେହାଉଣ୍ଡ, ଡ଼ିଆରଜି ଓ ସିଆରପିଏଫ ଯବାନଙ୍କ ମିଳିତ ଅପରେସନ ବେଳେ ଏହି ସଫଳତା ମିଳିଛି । ଗୁଳି ବିନିମୟ ବେଳେ ଜଣେ ଗ୍ରେହାଣ୍ଡ ଯବାନ ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ୱାରଙ୍ଗଲକୁ ଏୟାର ଲିଫ୍ଟ କରାଯାଇଛି । ଘଟଣାସ୍ଥଳରୁ ବନ୍ଧୁକ ସହ ମାଓ ସାମଗ୍ରୀ ଜବତ ହୋଇଛି । ଯବାନଙ୍କ ପକ୍ଷରୁ ସ୍ଥଶନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ବୋଲି ସୂଚନା ଦେଇଛନ୍ତି ବସ୍ତର ଆଇଜି ସୁନ୍ଦର ରାଜ ପି ।

Comments are closed, but trackbacks and pingbacks are open.