Latest Odisha News

BREAKING NEWS

୧୦ରେ ଭୁବନେଶ୍ବରରେ ମୋଦୀଙ୍କ ରୋଡ ଶୋ

ଭୁବନେଶ୍ବର: ପୁଣି ଆସନ୍ତା ସପ୍ତାହରେ ଓଡିଶା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ । ଆସନ୍ତାକାଲି ଅର୍ଥାତ ୫ ଓ ୬ ତାରିଖର ଗସ୍ତ ପରେ ପୁଣି ୧୦ ଓ ୧୧ ତାରିଖରେ ଓଡିଶା ଆସିବେ ମୋଦୀ । ୨ ଦିନିଆ ଗସ୍ତ ଅର୍ଥାତ୍ ଆଗାମୀ ୧୦ ଓ ୧୧ ତାରିଖରେ  ଭୁବନେଶ୍ବର ଆସୁଛନ୍ତି ମୋଦୀ । ମେ ୧୦ ରେ ଭୁବନେଶ୍ବରରେ ବିଶାଳ ରୋଡ ଶୋ କରିବେ । ଏହାପରା ୧୧ ତାରିଖରେ ବଲାଙ୍ଗୀର ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ସୂଚନାଯୋଗ୍ୟ, ଆସନ୍ତାକାଲି ରାତି ପାଖାପାଖି ୯.୩୦ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ ମୋଦୀ । ରାଜଭବନରେ ରାତ୍ରିଯାପନ କରିବା ପରେ ସୋମବାର ସକାଳୁ ବ୍ରହ୍ମପୁର ଏବଂ ନବରଙ୍ଗପୁର ଗସ୍ତ କରିବେ । ସେଠାରେ ପ୍ରଧାନମନ୍ତ୍ରୀ ଏକ ବିଶାଳ ଜନସମାବେଶକୁ ସମ୍ବୋଧନ କରିବେ । ତେବେ ଏଥିପାଇଁ ବିମାନବନ୍ଦର ଠାରୁ ରାଜଭବନ ପର୍ଯ୍ୟନ୍ତ କଡ଼ା ସୁରକ୍ଷା ବ୍ୟବସ୍ଥା ସହିତ ରାଜଭବନରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଥିବା ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂହ ।

Leave A Reply

Your email address will not be published.