Latest Odisha News

ଭଡା ଘରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ଭୁବନେଶ୍ୱର: ରାଜଧାନୀରେ ଏକ ଭଡା ଘରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ ଯୁବତୀଙ୍କ ନାଁ ବିଷ୍ଣୁପ୍ରିୟା ରାଉତ । ତେବେ ଯୁବତୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାରଲୋକେ । ଅଭିଯୋଗକୁ ଭିତ୍ତି କରି ତଦନ୍ତ କରୁଛି ପୋଲିସ ।

BjdElectrycity

ଖବର ମୁତାବକ, ବିଷ୍ଣୁପ୍ରିୟା ତାଙ୍କ ଜଣେ ସାଙ୍ଗଙ୍କ ସହ ଭରତପୁର ଥାନା ଅନ୍ତର୍ଗତ ଏକ ବସ୍ତିରେ ଘର ଘଡ଼ା କରି ରହୁଥିଲେ । ଭଡା ଘରୁ ତାଙ୍କ ମୃତଦେହ ମିଳିବା ପରେ ଅନ୍ୟ ଯୁବତୀ ଜଣକ ଫେରାର ରହିଥିବା ଜଣାପଡିଛି । ଯେଉଁକାରଣରୁ ବିଷ୍ଣୁପ୍ରିୟାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରୁଛନ୍ତି ପରିବାରଲୋକେ ।

ଖବରପାଇ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.