Latest Odisha News

ମୋକିମ୍ କହିଲେ ପାର୍ଟି ଅଫିସ ଯିବେନି, ତାରା କହିଲେ ଥରେ ବିଧାୟକ ହୋଇ ଏତେ ବ୍ୟଗ୍ର କାହିଁକି

ଭୁବନେଶ୍ୱର: କଟକ ବାରବାଟିର ବିଧାୟକ ମହମ୍ମଦ ମୋକିମ କହିଛନ୍ତି ସେ କଂଗ୍ରେସ ଭବନ ଯିବେ ନାହିଁ କି କଂଗ୍ରେସର କୌଣସି କାର୍ଯ୍ୟକ୍ରମରେ ସାମିଲ ହେବେ ନାହିଁ। ଯେପର୍ଯ୍ୟନ୍ତ ବିବାଦର ସମାଧାନ ନହୋଇଛି ସେପର୍ଯ୍ୟନ୍ତ ଦଳୀୟ ଅଫିସକୁ ଯିବେ ନାହିଁ ବୋଲି କହିଛନ୍ତି।

ରାଷ୍ଚ୍ରପତି ନିର୍ବାଚନରେ ମହମ୍ମଦ ମୋକିମ ଦଳ ବିରୋଧରେ ଯାଇ କ୍ରସ ଭୋଟିଂ କରିଥିଲେ। ଏହାପୂର୍ବରୁ ସେ ପିସିସି ସଭାପତି ରେସରେ ଥିଲେ। କିିନ୍ତୁ ନହେବା ପରେ ତାଙ୍କର ଅସନ୍ତୋଷ ଦେଖିବାକୁ ମିିଳିଥିଲା। କିନ୍ତୁ କ୍ରସ ଭୋଟିଂ ପରେ ପରେ ଅଲଗା ଏକ ପ୍ରସଙ୍ଗରେ ଦଳୀୟ ବିଶୃଙ୍ଖଳତା କଥା କହି କଂଗ୍ରେସ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା। ଆଉ ସେ ତାହାର ଉତ୍ତର ଦେଇଛନ୍ତି ବୋଲି କହିଛନ୍ତି।

ସେ କହିଛନ୍ତି, ଦଳ ପକ୍ଷରୁ ଆସିଥିବା କାରଣ ଦର୍ଶାଅ ନୋଟିସର ସେ ଜବାବ ରଖିଛନ୍ତି। ଯେ ପର୍ଯ୍ୟନ୍ତ ଦଳ ପକ୍ଷରୁ ପ୍ରତି ଉତ୍ତର ନ ଆସିଛି ସେ ପର୍ଯ୍ୟନ୍ତ କଂଗ୍ରେସ କାର୍ଯ୍ୟାଳୟକୁ ଯିବେନାହିଁ କି କଂଗ୍ରେସର କୌଣସି କାର୍ଯ୍ୟକ୍ରମରେ ସାମିଲ ହେବିନି। କେବଳ କଟକ ଭିତରେ ସେ ସୀମିତ ରହିବେ। ସେହିପରି ଅନେକ କଂଗ୍ରେସ ନେତା ଦଳ ଛାଡୁଥିବା କାରଣ କହିବାକୁ ଯାଇ ବିଧାୟକ କହିଛନ୍ତି, ସାଙ୍ଗଠନିକ ବୃଦ୍ଧି ବେଳେ ବରିଷ୍ଠ ନେତାଙ୍କୁ ଅଣଦେଖା କରାଯାଉଛି। ଯୁବକ ମାନଙ୍କୁ ଅଗ୍ରାଧିକାର ମିଳୁନି। ତେଣୁ ଅନେକ ଯୁବ କର୍ମୀ ଦଳ ଛାଡ଼ୁଛନ୍ତି।

ତେବେ କୋରାପୁଟ ଜୟପୁର ବିଧାୟକ ତାରା ବାହିନୀପତି କହିଛନ୍ତି, ଚାରି ଚାରି ଥର ସେ ବିଧାୟକ ହୋଇଛନ୍ତି। କେତେବେଳେ ତାଙ୍କୁ ଦଳ ତାଙ୍କୁ ଅଣଦେଖା କରିଛି ତ ଆଉ କେତେବେଳେ ଆଦର କରିଛି । ହେଲେ ସେ ଏବେ ବି ଦଳରେ ରହିଛନ୍ତି। ତେଣୁ ମହମ୍ମଦ ମୋକିମ୍ ଏଥର ବିଧାୟକ ହୋଇଛନ୍ତି। ଥରେ ବିଧାୟକ ହୋଇ ଏକେ ବ୍ୟଗ୍ର କାହିଁକି ହେଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ମୋକିମଙ୍କୁ ଦଳ ବହୁତ କିଛି ଦେଇଛି। କଂଗ୍ରେସ ପାଇଁ ସେ ସବୁ କିଛି ପାଇଛନ୍ତି। ଯେଉଁମାନେ ଦଳରେ ମନ ଉଣା କରି ବା ଅସନ୍ତୁଷ୍ଟ ରହିଛନ୍ତି ସେମାନଙ୍କ ବାବଦରେ ବିଚାର କରାଯିବ ଆଉ ଦଳରେ କିପରି ସେମାନେ ପୁଣିଥରେ ସକ୍ରିୟ ହୋଇ ରହିବେ ସେ ନେଇ ଆଲୋଚନା ହେଉଛି ବୋଲି ସେ କହିଛନ୍ତି।

Leave A Reply

Your email address will not be published.