Latest Odisha News

BREAKING NEWS

ମିଲ୍କ କ୍ୟାନରେ ଫସିଲା ଗୋଧିର ମୁଣ୍ଡ, ବହୁ କସରତ ପରେ ଉଦ୍ଧାର କଲା ସ୍ନେକ ହେଲ୍ପ ଲାଇନ

ଭୁବନେଶ୍ୱର: ମିଲ୍କ କ୍ୟାନରେ ଫସିଗଲା ଗୋଧିର ମୁଣ୍ଡ । ଆଉ ବହୁ କସରତ ପରେ ସେଥିରୁ ଉଦ୍ଧାର ହେଲା ଗୋଧି । ଘଟଣା ସ୍ଥଳରେ ସ୍ନେକ ହେଲପ ଲାଇନ୍ ପହଞ୍ଚି ଗୋଧିଟିକୁ ଉଦ୍ଧାର କରିଛନ୍ତି । ଭୁବନେଶ୍ୱର ବରଗଡ଼ କେନାଲ ରୋଡ ଲକ୍ଷ୍ମୀ ବିହାର ଅଞ୍ଚଳରେ ଏକ ଗୋଧି ଟିଣ ଡବାରେ ଫସିଥିବା ଦେଖିବାକୁ ମିଳିଥିଲା । ପ୍ରାୟ ୩ଫୁଟ ଲମ୍ବ ଗୋଧିଟିର ମୁଣ୍ଡ ଏହି ମିଲ୍କ କ୍ୟାନରେ ଫସି ରହିଥିଲା ।

ଦୀର୍ଘ ସମୟ ଧରି ଗୋଧିଟି ଛଟପଟ ହେଉଥିବା ବେଳେ ସ୍ଥାନୀୟ ଲୋକେ ସାହସ କରି ଗୋଧିଟିକୁ ଉଦ୍ଧାର କରିପାରୁନଥିଲେ । ସ୍ଥାନୀୟ ଅଞ୍ଚଳର ଜଣେ ଯବୁତୀ ସ୍ନେକ ହେଲପଲାଇନକୁ ଜଣାଇବା ପରେ ଗୋଧିଟିର ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଗୋଧିଟିକୁ କିଛି ଦେଖାଯାଉନଥିବାରୁ ନିକଟରେ ଏକ ଦଳ ଭିତରକୁ ପଶିଯାଇଥିଲା ।

ଘଟଣା ସ୍ଥଳରେ ସ୍ନେକହେଲପ ଲାଇନ୍ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ତାଙ୍କ ଟିମ୍ ସହ ପହଞ୍ଚି ଏକ ହୁକ୍ ସାହାଯ୍ୟରେ ଗୋଧିକୁ ଉଦ୍ଧାର କରିଥିଲେ । ଗୋଧିଟିକୁ ଉଦ୍ଧାର ପରେ ଏକ ପ୍ରାକୃତିକ ଆବାସସ୍ଥଳୀରେ ଛାଡିଦିଆଯାଇଛି।

ତେବେ ଗୋଧି ସାପ ଭଳି ବହୁ ସରୀସୃପ ପ୍ରତିଦିନ ଏହିଭଳି ଶିକାର ହେଉଛନ୍ତି । ଏଥିପାଇଁ ଲୋକଙ୍କର ଦାୟିତ୍ୱହୀନତା ହି ଦାୟୀ। ସଠିକ୍ ସ୍ଥାନରେ ଏହି ସବୁ ପରିତ୍ୟକ୍ତ ଜିନିଷ ପକାଇବାକୁ ଗୁରୁତ୍ୱ ଦିଆଯିବା ସହିତ ଲୋକେ ଏ ନେଇ ସଚେତନ ରହିବ ଜରୁରୀ ।

Comments are closed, but trackbacks and pingbacks are open.