Latest Odisha News

BREAKING NEWS

ଓ-ହବ୍ ଷ୍ଟାର୍ଟଅପ୍ ଓଡ଼ିଶା ଇନ୍‌କ୍ୟୁବେସନ୍ ସେଣ୍ଟରର ଶୁଭାରମ୍ଭ

ଭୁବନେଶ୍ବର : ଓ-ହବ୍ ଷ୍ଟାର୍ଟ ଅପ୍ ଓଡ଼ିଶା ଇନକ୍ୟୁବେସନର ଶୁଭାରମ୍ଭ ହୋଇଛି । ଚନ୍ଦ୍ରଶେଖରପୁରରେ ଓ-ହବ୍ ଷ୍ଟାର୍ଟଅପ୍ ସେଣ୍ଟରକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୁବ ଉଦ୍ୟୋଗୀଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟରେ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ବିକାଶରେ ଓ-ହବ୍ ବେଶ ସହାୟକ ହୋଇପାରିବ ବାଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

BjdElectrycity

ରାଜ୍ୟ ସରକାର ଘରୋଇ ପୁଞ୍ଜି ନିବେଶକାରୀକୁ ମଧ୍ୟ ପ୍ରୋତ୍ସାହନ ଦେଉଛନ୍ତି । ଷ୍ଟାର୍ଟଅପ୍ ପାଇଁ ରାଜ୍ୟ ସରକାର ଏକ ନୂଆ ଡ୍ରାଫ୍ଟ ପଲିସି ଆଣିବେ । ଏଥିରେ ସ୍କୁଲ ପାଠ୍ୟକ୍ରମରେ ଏଣ୍ଟରପ୍ରିନିଅନସିପ୍‌କୁ ନେଇ ସ୍ୱତନ୍ତ୍ର ପାଠ୍ୟକ୍ରମ ସ୍ଥାନ ପାଇବ । ଯୁବଗୋଷ୍ଠୀଙ୍କୁ ଏଣ୍ଟରପ୍ରିନିଅରସିପ୍‌ କରିବା ପାଇଁ ଛାତ୍ର ଜୀବନରୁ ମଧ୍ୟ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଓ-ହବ୍ ଷ୍ଟାର୍ଟଅପ୍ ଓଡ଼ିଶା ଇନ୍‌କ୍ୟୁବେସନ୍ ସେଣ୍ଟରର ଶୁଭାରମ୍ଭ ଅବସରରେ ସେ ଆହୁରି କହିଛନ୍ତି ଯେ, ୨୦୨୫ ସୁଦ୍ଧା ୫ହଜାର ଷ୍ଟାର୍ଟ-ଅପ୍ ଉଦ୍ୟୋଗୀ ସୃଷ୍ଟି ନେଇ ଯେଉଁ ଲକ୍ଷ୍ୟ ରହିଛି ତାହା ପୂରଣ କରିବା ଦିଗରେ ଓ-ହବ୍ ସହାୟକ ହେବ ।

ଖୁବଶୀଘ୍ର ୨୦୦ ଯୁବ ଉଦ୍ୟୋଗୀଙ୍କୁ ଏଠାରେ ସୁଯୋଗ ମିଳିବ । ରାଜ୍ୟରେ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ବିକାଶରେ ଓ-ହବ୍‌ ବହୁତ ଉପାଦେୟ ହୋଇପାରିବ । ରାଜ୍ୟରେ ଷ୍ଟାର୍ଟଅପର ଇକୋ ସିଷ୍ଟମ୍ ବାତାବରଣକୁ ଏହା ଅଧିକ କ୍ରିୟାଶୀଳ କରିବ । ଅଧିକ ସଂଖ୍ୟକ ମହିଳା କିପରି ଉଦ୍ୟୋଗୀ ହୋଇପାରିବେ, ସେଥିପ୍ରତି ଦୃଷ୍ଟି ଦିଆଯାଉଛି । ରାଜ୍ୟର ରାଉରକେଲା, ଭୁବନେଶ୍ବର, କଟକରେ ଷ୍ଟାର୍ଟଅପ୍ ଉଦ୍ୟୋଗୀଙ୍କ ସ୍ବତନ୍ତ୍ର ସେଣ୍ଟର କରାଯାଇଛି ।

Leave A Reply

Your email address will not be published.