Latest Odisha News

BREAKING NEWS

ଓଡ଼ିଶାରେ ଜୁନ୍ ୧୧ ସୁଦ୍ଧା ପ୍ରବେଶ କରିପାରେ ମୌସୁମୀ

ଭୁବନେଶ୍ୱର: ଉତରପଶ୍ଚିମ ଏବଂ ଏହାର ସଂଲଗ୍ନ ବଙ୍ଗୋପ ସାଗରରେ ଜୁନ୍ ୮ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହେଉଥିବା କାରଣରୁ ଓଡ଼ିଶାରେ ଜୁନ୍ ୯ ରୁ ୧୧ ତାରିଖ ମଧ୍ୟରେ ଦକ୍ଷିଣପଶ୍ଚିମ ମୌସୁମୀ ପ୍ରବେଶ କରିବାର ସମ୍ଭାବନା ଥିବା ମଙ୍ଗଳବାର ଆକଳନ କରିଛି ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ।

BjdElectrycity

ଲଘୁଚାପ ସୃଷ୍ଟି ହେବା ଯୋଗୁଁ ଏହା ଦକ୍ଷିଣପଶ୍ଚିମ ମୌସୁମୀକୁ ପୂର୍ବ ଭାରତରେ ପ୍ରବେଶ କରିବାରେ ସାହାଯ୍ୟ କରିପାରେ ବୋଲି କହିଛନ୍ତି ସିଇସିର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ।

ଦକ୍ଷିଣପୂର୍ବ ଏବଂ ଏହାର ସଂଲଗ୍ନ ପୂର୍ବ ମଧ୍ୟମ ଆରବ ସାଗରରେ ଲଘୁଚାପ ଘନୀଭୂତ ହୋଇଥିବା ବେଳେ
ମଙ୍ଗଳବାର ସକାଳ ସାଢ଼େ ୮ ଟା ସୁଦ୍ଧା ଏହା ଦକ୍ଷିଣପଶ୍ଚିମ ମୁମ୍ବାଇ ଠାରୁ ୪୫୦ କିମି ଦୂରରେ ଅବସ୍ଥିତ ରହି
ଗଭୀର ଅବପାତର ରୂପ ନେଇଛି । ଏହା ଏକ ଘୂର୍ଣ୍ଣିଝଡରେ ପରିଣତ ହୋଇ ବୁଧବାର ମହାରାଷ୍ଟ୍ର ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି ବୋଲି ଡ. ସାହୁ କହିଛନ୍ତି ।

ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଅଂଚଳରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଥିବା ବେଳେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, କନ୍ଧମାଳ ଏବଂ ବଲାଙ୍ଗୀର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ମଙ୍ଗଳବାରରୁ ଗୁରୁବାର ମଧ୍ୟରେ ପ୍ରବଳ ବର୍ଷା ହୋଇପାରେ ।

ଏହି ସମୟ ମଧ୍ୟରେ ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବା ସେ କହିଛନ୍ତି ।

ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ମହାରାଷ୍ଟ୍ର ଉପକୂଳ ଅତିକ୍ରମ କରିବା ପରେ ମଧ୍ୟ ଭାରତ ମୁହାଁ
ହେବ ଏବଂ ସେହି ସ୍ଥାନମାନଙ୍କରେ ମଙ୍ଗଳବାରରୁ ଶୁକ୍ରବାର ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଥିବା ଡ. ସାହୁ କହିଛନ୍ତି।

Leave A Reply

Your email address will not be published.