Latest Odisha News

BREAKING NEWS

ଭୁବନେଶ୍ୱରରେ ପ୍ରବଳ ବର୍ଷା-ପବନ ଯୋଗୁଁ ୧୦ ଜଣ ଆହତ

ଭୁବନେଶ୍ୱର : ଅସହ୍ୟ ଗରମ ଓ ଗୁଳଗୁଳିରୁ ଟିକେ ତ୍ରାହି ମିଳିଛି । ଭୁବନେଶ୍ୱରେ ଅସରାଏ ବର୍ଷା ହେବା ଯୋଗୁଁ ଜନଜୀବନ ଆସ୍ୱସ୍ତ ହୋଇଛି । ତେବେ ପ୍ରବଳ ବୃଷ୍ଟିପାତ ଓ ପବନ ଯୋଗୁଁ ରାଜଧାନୀର ବହୁ ସ୍ଥାନରେ ଗଛ ଭାଙ୍ଗି ରାସ୍ତା ଅବରୋଧ ହେବାର ଖବର ମିଳିଛି । ସହରରେ ପ୍ରବଳ ବୃଷ୍ଟିପାତ ଏବଂ ଗଛ ପଡ଼ିବାଯୋଗୁଁ ୧୦ ଜଣ ବ୍ୟକ୍ତି ଆହତ ହୋଇଛନ୍ତି ।

ତେବେ ମିଳିଥିବା ସୂଚନାନୁସାରେ ରାଜଧାନୀର ମହାତ୍ମାଗାନ୍ଧୀ ମାର୍ଗରେ ଆଇସିଟି ର କୋଅର୍ଡ଼ିନେଟର ମାନେ ଅନଶନରେ ଏକ ତମ୍ଭୁ ତଳେ ବସିଥିବା ବେଳେ ସେମାନଙ୍କ ଉପରେ ଏକ ଗଛ ଭାଙ୍ଗି ପଡ଼ିଥିଲା, ଫଳରେ ୧୦ ଜଣ ଅନଶନକାରୀ ଆହତ ହୋଇଛନ୍ତି ।

ରାଜଧାନୀର ଗହଳି ପୂର୍ଣ୍ଣ ଟ୍ରାଫିକ ବରମୁଣ୍ଡା, ଏଜି ଛକ ଏବଂ ରାଜଭବନ ଛକ ନିକଟରେ ଗଛ ଭାଙ୍ଗି ପଡ଼ିବା ଯୋଗୁଁ ବହୁ ସମୟ ଧରି ରାସ୍ତା ଅବରୋଧ ହୋଇ ପଡ଼ିଥିଲା । ଫଳରେ ଯାନବାହନ ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଥିôବାର ଖବର ମିଳିଛି ।

ତେବେ ଖବରପାଇ ଓଡ୍ରାଫ ଟିମ ଘଟଣାସ୍ଥଳରେ ପହଞ୍ଚି ଅବରୋଧ କରୁଥିବା ଗଛ ଡ଼ାଳ ଗୁଡ଼ିକୁ ରାସ୍ତାରୁ ହଟାଇଥିଲେ । ଏବେ ସ୍ୱାଭାବିକ ଭାବେ ଯାନବାହନ ଚଳାଚଳ କରିପାରୁଛି ।

Leave A Reply

Your email address will not be published.