Latest Odisha News

BREAKING NEWS

ପୁନର୍ବାର ବଦଳିପାରେ ବିଶ୍ୱକପ କ୍ରିକେଟ କାର୍ଯ୍ୟସୂଚୀ

ହାଇଦ୍ରାବାଦ: ଭାରତରେ ହେବାକୁ ଥିବା ଦିନିକିଆ କ୍ରିକେଟ ବିଶ୍ୱକପ କାର୍ଯ୍ୟସୂଚୀରେ ପୁନର୍ବାର ପରିବର୍ତନ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ହାଇଦ୍ରାବାଦ କ୍ରିକେଟ ଆସୋସିଏଶନ କ୍ରମାଗତ ୨ ଦିନ ମ୍ୟାଚ ହେବାକୁ ଥିବାରୁ ଏହାର ଆୟୋଜନ ନେଇ ଅକ୍ଷମତା ପ୍ରକାଶ କରିଛି । ଏଥିନେଇ ଆସୋସିଏଶନ ବିସିସିଆଇକୁ ପତ୍ର ମଧ୍ୟ ଲେଖିଛି । ଉପ୍ପଳର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଅକ୍ଟୋବର ୯ରେ ନ୍ୟୁଜିଲାଣ୍ଡ-ନେଦରଲାଣ୍ଡ ଓ ତାର ପରଦିନ ପାକିସ୍ତାନ-ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ ହେବ । ପୂର୍ବରୁ ସୁରକ୍ଷା ଦୃଷ୍ଟିକୋଣରୁ ୯ ମ୍ୟାଚ କାର୍ଯ୍ୟସୂଚୀରେ ପରିବର୍ତନ କରାଯାଇ ସାରିଛି ।

ହାଇଦ୍ରାବାଦ ଆସୋସିଏଶନ ଅନୁସାରେ କ୍ରମାଗତ ୨ ଦିନ ମ୍ୟାଚ ହେବା ଯୋଗୁ ସୁରକ୍ଷା ଯୋଗାଇବା ସମ୍ଭବପର ନୁହେଁ । ରିପୋର୍ଟ ମୁତାବକ କାର୍ଯ୍ୟସୂଚୀରେ ପରିବର୍ତନ କରାଗଲେ ପ୍ରଶଂସକମାନେ ଅସୁବିଧାର ସମ୍ମୁଖୀନ ହେବେ । ଏ ନେଇ ବିଚାର ବିମର୍ଶ କରାଯିବା ପରେ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି । ଦିନିକିଆ ବିଶ୍ୱକପ ଅକ୍ଟୋବର ୫ରୁ ଆରମ୍ଭ ହେବ ।

Leave A Reply

Your email address will not be published.