Latest Odisha News

BREAKING NEWS

ପେଟିଏମକୁ ଗୋଟିଏ ମାସରୁ କମ ସମୟରେ ମିଳିଲା ୨ୟ ଅର୍ଥ; ଜୁଟାଇଲା ୪,୭୨୪ କୋଟି ଟଙ୍କା

ନୂଆଦିଲ୍ଲୀ: ଡିଜିଟାଲ ପେମେଂଟ ଷ୍ଟାର୍ଟଅଫ ପେଟିଏମ୍ ୪,୭୨୪.୪୨ କୋଟି ଟଙ୍କା ତାଜା ଅର୍ଥ ସଂଗ୍ରହ କରିଛି |

ପେଟିଏମ୍ ଏହି ଫଣ୍ଡିଂ ଅଲିବାବାର ଅଲି ପ୍ଲେ ଓ ସଫ୍ଟ ବ୍ୟାଙ୍କର ଏସବିଏଫ ପାର୍ଟନର ଓ ଟି ରୋ ପ୍ରାଇସ ଆଦି ନିବେଶକଙ୍କ ଠାରୁ ଏକାଠି କରିଛି | ଗଣମାଧ୍ୟମ ଖବର ସର୍ବରାହ ସଂସ୍ଥା ରୟଟର୍ସ ଅନୁସାରେ, ୱାନ ୯୭ କମ୍ୟୁନିକେସନ ଲିମିଟେଡ଼ ଯିଏ ପେଟିଏମ୍ କୁ ପରିଚାଳିତ କରୁଛି | ବୋର୍ଡ଼ ଦ୍ୱାରା ନିବେଶକ ଙ୍କୁ ପାଖାପାଖି ୨.୬ ମିଲିଅନ ସେୟାର ବଣ୍ଟନ କରାଯିବ |

ନୋଇଡା ବେସ ଏହି ଡିଜିଟାଲ ପେମେଣ୍ଟ କମ୍ପାନୀ ସଫ୍ଟବ୍ୟାଙ୍କ ଭିଜନ ଫଣ୍ଡ (ଏସଭିଏଫ), ଆଣ୍ଟ ଫାଇନାନସିଆଲ, ଟି ରୋ ପ୍ରାଇସ ଓ ଅନ୍ୟ ରୁ ଏକ ବିଲିଅନ ଡଲାର ଅର୍ଥ ହେବ ବୋଲି ଘୋଷଣା କରିଛି | ସେତବେଳ କମ୍ପାନୀର ଭ୍ୟାଲୁ ୧୬ ବିଲିଅନ ଡଲାର ଅନୁମାନ କରାଯାଉଥିଲା | ପୂର୍ବ ମାସ ନଭେମ୍ବର ମାସରେ ଏହି ଫଣ୍ଡିଙ୍ଗ ରାଉଣ୍ଡ ରେ ଚୀନ କମ୍ପାନୀ ଆଲିବାବା ର ସବ୍ସିଡାରି ଓ ଫାଇନାନନ୍ସିଆଲ ୪୦୦ ମିଲିଅନ ଡଲାର ଓ ସଫ୍ଟବ୍ୟାଙ୍କ ୨୦୦ ମିଲିଅନ ଡଲାର ବିନିଯୋଗ କରିଥିଲେ | ଏହା ଏହି ବର୍ଷର କୌଣସି ଭାରତୀୟ ଷ୍ଟାଟଫ କମ୍ପାନୀଙ୍କୁ ସବୁଠୁ ବଡ଼ ଅର୍ଥ ବିନିଯୋଗ ଅଟେ | ଏହାର ଏକ ମାସରୁ କମ ସମୟରେ ଏବେ ମିଳିଲା ପେଟିଏମ୍ ଦ୍ୱାରା ନୂଆ ଅର୍ଥ ଜୁଟାଇବା କଥା ସାମ୍ନାକୁ ଆସିଲା |

ଗଣମାଧ୍ୟମ ସୂଚନା ଅନୁସାରେ, ତାଜା ଫଣ୍ଡିଂ ରେ ଅଲିପେ ଏହି ଡିଜିଟାଲ ପେମେଣ୍ଟ କମ୍ପାନୀ ରେ ପାଖାପାଖି ୧,୪୩୩ କୋଟି ଟଙ୍କା , ସଫ୍ଟବ୍ୟାଙ୍କ ୧,୪୩୦ କୋଟି ଓ ଟି ରୋ ପ୍ରାଇସ ୧,୧୦୦ କୋଟି ଟଙ୍କା ନିବେଶ କରିଥିଲେ | ଏହା ଛଡା ସାଉଦି ଆରବ ବେସ ସାମ୍ବା ଫାଇନାନ୍ସସିଆଲ ଗୃପ , ସିୟୋଲ ବେସ ହାନା ଇଂଭେସ୍ଟମେଣ୍ଟ କମ୍ପାନୀ ଓ ଅନ୍ୟ ଦ୍ୱିତୀୟ ନିବେଶକମାନେ ବାକି ଅର୍ଥ ଯୋଗାଡ଼ କରିଥିଲା |

ପେଟିଏମ୍ ନିଜର ବିତ୍ତୀୟ ସେବାଗୁଡିକୁ ବିସ୍ତାରିତ କରିବା ପାଇଁ ଆସିବାର ଥିବା ତିନି ବର୍ଷ ରେ ପାଖାପାଖି ୧.୪ ବିଲିଅନ ଡଲାର ଇଂଭେସ୍ଟମେଣ୍ଟ କରିବାର ଯୋଜନା ଉପରେ କାମ କରୁଛି | ପେଟିଏମ୍ କହିଛି ଯେ ପୂରା ଦେଶରେ ଅଧିକ ରୁ ଅଧିକ ଲୋକଙ୍କ ପାଖରେ ବିତ୍ତୀୟ ସମାବେଶନ ପହଂଚିବା ପାଇଁ ସେମାନେ ତିନି ବର୍ଷ ରେ ୧.୪ ବିଲିଅନ ଡଲାର (୧୦,୦୦୦ କୋଟି ଟଙ୍କା ) ନିବେଶ କରିବେ |

Leave A Reply

Your email address will not be published.