Latest Odisha News

BREAKING NEWS

ଦ୍ଵିତୀୟ ଦିନରେ ମାଆ ବିରଜାଙ୍କ ରଥଯାତ୍ରା

ଯାଜପୁର: ୨ୟ ଦିନ ରେ ଗଡ଼ିଲା ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ରଥ। ପରମ୍ପରା ମୁତାବକ ରଥ ପ୍ରତିଷ୍ଠା ପରେ ମା ବିରଜା ଙ୍କ ରଥ ମନ୍ଦିର ଚାରିପଟେ ପରିକ୍ରମା କରିଥିଲା। ରଥଯାତ୍ରା ସମୟରେ ଘଣ୍ଟା ଘଣ୍ଟା,କାହାଳି ଓ ହରିବୋଲ ଧ୍ୱନୀରେ ସମଗ୍ର ଅଂଚଳ ପ୍ରକମ୍ପିତ ହୋଇଥିଲା। ସମଗ୍ର ଅଞ୍ଚଳରେ ସୃଷ୍ଟି ହୋଇଥିଲା ଆଧ୍ୟାତ୍ମିକ ପରିବେଶ।

କୋରୋନା କଟକଣା ଭିତରେ କେବଳ ସେବାୟତ ମାନଙ୍କ ଦ୍ୱାରା ଏହି ରଥ ଟଣା ଯାଇଥିଲା। ରଥଟଣା ସମୟ ରେ ବିରଜା ମନ୍ଦିର ଚତୁଃପାଶ୍ୱର୍ରେ ୧୪୪ ଧାରା ଜାରି କରାଯାଇଛି। କୌଣସି ସାଧାରଣ ଭକଙ୍କୁ ରଥ ପାଖକୁ କିମ୍ଵା ରଥ ଟାଣିବାକୁ ବାରଣ କରାଯାଇଛି।

ଆଗାମୀ ୨୪ ତାରିଖ ପର୍ଯ୍ୟନ୍ତ ମାଙ୍କ ରଥ ପ୍ରତିଦିନ ମନ୍ଦିର ଚାରିପଟେ ବେଢା ପରିକ୍ରମା କରିବ। ଆଜି ରଥଯାତ୍ରା ସମୟରେ ଆଇନଶୃଙ୍ଖଳା ରକ୍ଷା କରିବା ପାଇଁ ବ୍ୟାପକ ପୋଲିସ ମୁତୟନ ହୋଇଥିବା ବେଳେ ମନ୍ଦିର ପ୍ରଶାସନର ଅଧିକାରୀ ମାନେ ଉପସ୍ଥିତ ଥିଲେ।

 

Leave A Reply

Your email address will not be published.