Latest Odisha News

BREAKING NEWS

ଲଞ୍ଚ ହେଲା ନୂଆ ହୁଣ୍ଡାଇ ସାଣ୍ଟ୍ରୋ

ନୂଆଦିଲ୍ଲୀ : ହୁଣ୍ଡାଇ କମ୍ପାନୀ ପକ୍ଷରୁ ନୂଆ ସାଣ୍ଟ୍ରୋକୁ ଆଜି ଭାରତରେ ଲଞ୍ଚ କରାଯାଇଛି । କମ୍ପାନୀ ପକ୍ଷରୁ ଏହାର ଦାମ ୩,୮୯,୯୦୦ ରହିଛି । ଏହି କାରକୁ କିଣିବା ପାଇଁ କାର ପ୍ରେମୀମାନେ ବହୁଦିନରୁ ଅପେକ୍ଷା କରି ରହିଥିଲେ ।

ଦୀର୍ଘ ୬ବର୍ଷ ପରେ କ୍ଷୁଦ୍ର କାର ସେଗମେଣ୍ଟରେ ହୁଣ୍ଡାଇର ଏହା ହେଉଛି ନୂଆ ମଡେଲ୍ ।

ଏହି ନୂଆ ସାଣ୍ଟ୍ରୋ ମଡେଲଟି ଆଇ-୧୦ ମଡେଲ ଠାରୁ ଅଧିକା ଉଚ୍ଚ ଓ ଅଧିକ ଚଉଡା ମଧ୍ୟ ରହିଛି । ନୂଆ ଟେକ୍ନୋଲୋଜି ସହ ପ୍ରିମିୟମ କ୍ୟାବିନ ଓ ଅଧିକ ସେଫ୍ଟି ଫିଚର୍ସ ମଧ୍ୟ ରହିଛି । ଏହି ନୂଆ ସାଣ୍ଟ୍ରୋ ପ୍ରାୟ ୭ଟି ଭିନ୍ନଭିନ୍ନ ରଙ୍ଗରେ ବଜାରକୁ ଆସିବାକୁ ଯାଉଛି । ଏଥିରେ ଇମ୍ପିରିୟଲ ବୀଜ ଓ ଡାଏନା ଗ୍ରୀନ ଭଳି ଆଉ ୨ଟି ରଙ୍ଗକୁ ସାମିଲ କରାଯାଇଛି ।

ନୂଆ ସାଣ୍ଟ୍ରୋରେ ୧୭.୬୪ ସେମି.ର ଟଚ୍ ସ୍କ୍ରିନ ସହ ଅଡିଓ-ଭିଡିଓ ସିଷ୍ଟମ ରହିଛି । ମଲ୍ଟି ମିଡିଆ ସିଷ୍ଟମରେ ଆଣ୍ଡ୍ରୋଏଡ୍ ଅଟୋ, ମିରର ଲିଙ୍କ ସହ ଆଇବ୍ଲୁ ସ୍ମାର୍ଟଫୋନ ଆପ୍ସର ସପୋର୍ଟ ମଧ୍ୟ ରହିଛି ।

ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ସେଫ୍ଟି ପାଇଁ ହୁଣ୍ଡାଇ ସାଣ୍ଟ୍ରୋରେ ବେଡ ସହ ଏବିଏସ୍, ଡୁଆଲ ଫ୍ରଣ୍ଟ୍ ଏୟାରବ୍ୟାଗ୍, ଅଟୋ ଡୋର ଲକ୍, ରିୟର ପାର୍କିଙ୍ଗ ସେନସର୍ ଓ ସ୍ପିଡ୍ ସେସିଙ୍ଗ ଅଟୋମଟେିକ ଡୋର ଲକ୍ ପରି ଫିଚର୍ସ ରହିଛି ।ଏହି ନୂଆ ହୁଣ୍ଡାଇ ସାଣ୍ଟ୍ରୋରେ ଗ୍ରାହକଙ୍କୁ କାର ସହିତ ସିଏନଜିର ଅପସନ୍ ମଧ୍ୟ ମିଳିବ । ନୂଆ ସାଣ୍ଟ୍ରୋ ଲିଟର ପିଛା ୨୦.୩ କିମି. ମାଇଲେଜରେ ଚାଲିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.